Categories: ଖେଳ

ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଭାରତୀୟ ଟିମ୍‌ରେ ବଡ଼ ପରିବର୍ତ୍ତନ, ହଠାତ ଦଳରେ ସାମିଲ ହେଲେ…

ନୂଆଦିଲ୍ଲୀ,୧୪।୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଫେବୃୟାରୀ ୧୭ରେ ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ। ଏହି ମୁକାବିଲା ପୂର୍ବରୁ ଭାରତୀୟ ଟିମ୍‌ ସହ ଜଡ଼ିତ ବଡ଼ ଖବର ସାମ୍ନାକୁ ଆସିଛି। ତାରକା ବ୍ୟାଟ୍ସମ୍ୟାନ୍‌ ଶ୍ରେୟସ ଆୟର ସମ୍ପୂର୍ଣ୍ଣ ଭାବେ ଫିଟ୍‌ ହୋଇଛନ୍ତି। ଏଥିଲାଗି ତାଙ୍କୁ ଦଳରେ ସାମିଲ କରାଯାଇଛି। ଦିଲ୍ଲୀ ଟେଷ୍ଟ ପାଇଁ ଦଳ ସହ ଯୋଡ଼ି ହେବେ ବୋଲି ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି।

ପ୍ରେସ ବିଜ୍ଞପ୍ତି ଜାରି କରି ବିସିସିଆଇ କହିଛି, ବ୍ୟାଟ୍ସମ୍ୟାନ୍‌ ଶ୍ରେୟସ ଆୟର ତାଙ୍କ ପିଠିରେ ଆଘାତ ପାଇବା ପରେ ଜାତୀୟ କ୍ରିକେଟ ଏକାଡେମୀରେ ସଫଳତାର ସହ ରିହାବ୍‌ ଶେଷ କରିଛନ୍ତି। ବିସିସିଆଇ ମେଡିକାଲ ଟିମ୍‌ ତାଙ୍କୁ ମଞ୍ଜୁରି ଦେଇଛି। ବର୍ଡର-ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟରୁ ଦଳରେ ସାମିଲ ହେବେ।

ଦ୍ୱିତୀୟ ଟେଷ୍ଟ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), କେ.ଏଲ୍‌. ରାହୁଲ (ଉପଅଧିନାୟକ), ଶୁଭମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଶ୍ରେୟସ ଆୟର, କେ.ଏସ୍‌. ଭରତ (ଉଇକେଟ କିପର), ଇଶାନ କିଶନ (ଉଇକେଟ କିପର), ଆର୍‌. ଅଶ୍ୱିନ, ଅକ୍ଷର ପଟେଲ, କୁଲଦୀପ ଯାଦବ, ରବିନ୍ଦ୍ର ଜାଡେଜା, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମେଶ ଯାଦବ, ସୂର୍ଯ୍ୟକୁମାର ଯାଦବ।

Share