Categories: ଖେଳ

ଆୟରଙ୍କୁ ପୁଣିଥରେ ଅଧିନାୟକ ଦାୟିତ୍ୱ ଦେଲା କୋଲକାତା ନାଇଟ୍‌ ରାଇଡର୍ସ

ନୂଆଦିଲ୍ଲୀ,୧୪।୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌ ୨୦୨୪କୁ ନେଇ ଜୋରଦାର ପ୍ରସ୍ତୁତ ଚାଲିଛି। ଏହି ସିଜିନ୍‌ ପାଇଁ ନିଲାମ ୧୯ ଡିସେମ୍ବରରେ ଦୁବାଇରେ ଅନୁଷ୍ଠିତ ହେବ। ତେବେ ଆଇପିଏଲ ପୂର୍ବରୁ କୋଲକାତା ନାଇଟ୍‌ ରାଇଡର୍ସ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଦଳ ଶ୍ରେୟସ ଆୟରଙ୍କୁ ପୁଣିଥରେ ଅଧିନାୟକ ଦାୟିତ୍ୱ ଦେଇଛି। ଆହତ କାରଣରୁ ଆୟର ଗତ ସିଜିନ୍‌ରେ ଖେଳିପାରିନଥିଲେ। ତାଙ୍କ ଅନୁପସ୍ଥିତିରେ ନୀତୀଶ ରାଣାଙ୍କୁ ଅଧିନାୟକ କରାଯାଇଥିଲା।

କେକେଆର ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ପ୍ରଶଂସକଙ୍କୁ ଏହି ସୂଚନା ଦେଇଛି। ଦଳ ପୁନର୍ବାର ନୀତୀଶ ରାଣାଙ୍କ ସ୍ଥାନରେ ଆୟରଙ୍କୁ ଅଧିନାୟକ କରିଛି। ଆହତ କାରଣରୁ ଆୟର ଗତ ସିଜନରେ ଖେଳିପାରିନଥିଲେ। ଏହି କାରଣରୁ ନୀତୀଶ ପୁରା ସିଜିନ୍‌ରେ ଅଧିନାୟକ ହୋଇଥିଲେ। ବର୍ତ୍ତମାନ ଆୟରଙ୍କ ପ୍ରତ୍ୟାବର୍ତ୍ତନ ସହିତ ତାଙ୍କୁ ଅଧିନାୟକତ୍ୱ ହସ୍ତାନ୍ତର କରାଯାଇଛି। ନୀତୀଶଙ୍କୁ ଉପ ଅଧିନାୟକ କରାଯାଇଛି।

Share