Categories: ଖେଳ

ବାଂଲାଦେଶ ବିପକ୍ଷ ମ୍ୟାଚ ପୂର୍ବରୁ ଅଭ୍ୟାସ ଆରମ୍ଭ କଲେ ଶ୍ରେୟସ

ନୂଆଦିଲ୍ଲୀ,୧୪।୯: ଏସିଆ କପ ୨୦୨୩ର ଶେଷ ସୁପର ଫୋର୍‌ ମ୍ୟାଚ ଶୁକ୍ରବାର ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯିବ। ଏହା ପୂର୍ବରୁ ଟିମ ଇଣ୍ଡିଆର ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଅଛି। ରିପୋର୍ଟ ଅନୁଯାୟୀ, ଶ୍ରେୟସ ଆୟର ମଇଦାନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତିି ଏବଂ ଭାରତୀୟ ଖେଳାଳିଙ୍କ ସହ ଅଭ୍ୟାସ ମଧ୍ୟ କରୁଛନ୍ତି। ଆହତ କାରଣରୁ ଆୟର ଶେଷ ମ୍ୟାଚରେ ଖେଳିପାରିନଥିଲେ। ଆୟରଙ୍କ ଅନୁପସ୍ଥିତିରେ, ପ୍ଲେ-୧୧ରେ କେ.ଏଲ ରାହୁଲଙ୍କୁ ସ୍ଥାନ ମିଳିଥିଲା।

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏସିଆ କପ ୨୦୨୩ର ସୁପର ଫୋର୍‌ର ତୃତୀୟ ମ୍ୟାଚ କଲମ୍ବୋରେ ଖେଳାଯାଇଥିଲା। ଏହି ମ୍ୟାଚ ପୂର୍ବରୁ ବିସିସିଆଇ ସୂଚନା ଦେଇ କହିଥିଲା ଯେ, ଶ୍ରେୟସ ଆୟର ଆହତ ହୋଇଛନ୍ତି ଏବଂ ସେ ପାକିସ୍ତାନ ବିପକ୍ଷ ମ୍ୟାଚ ଖେଳିବେ ନାହିଁ। ଏହି କାରଣରୁ ତାଙ୍କ ସ୍ଥାନରେ କେ.ଏଲ ରାହୁଲଙ୍କୁ ସୁଯୋଗ ମିଳିଥିଲା। ରାହୁଲ ପାକିସ୍ତାନ ବିପକ୍ଷରେ ଏକ ଚମତ୍କାର ଶତକ ହାସଲ କରିଥିଲେ। ମିଡିଆ ରିପୋର୍ଟ ଅନୁଯାୟୀ, ଏବେ ଆୟର ମଇଦାନକୁ ପ୍ରତ୍ୟାବର୍ତ୍ତନ କରିସାରିଛନ୍ତି ଏବଂ ମ୍ୟାଚ ପାଇଁ ଅଭ୍ୟାସ କରୁଛନ୍ତି।

Share