Advertisement
Categories: Home Leftଖେଳ

ବିଶ୍ୱକପ ପୂର୍ବରୁ ଟିମ ଇଣ୍ଡିଆକୁ ଲାଗିପାରେ ଝଟକା

ନୂଆଦିଲ୍ଲୀ,୨୯।୬: ଭାରତରେ ଅନୁଷ୍ଠିତ ହେବାକୁ ଥିବା ଦିନିକିଆ ବିଶ୍ୱକପର ସରକାରୀ କାର୍ଯ୍ୟସୂଚୀ ଘୋଷଣା ହୋଇସାରିଛି। ଏହା ସହିତ ଏହି ମେଗା ଇଭେଣ୍ଟରେ ଅଂଶଗ୍ରହଣ କରୁଥିବା ସମସ୍ତ ଦଳ ବର୍ତ୍ତମାନ ପ୍ରସ୍ତୁତି ପାଇଁ ୧୦୦ ଦିନରୁ କମ ସମୟ ବାକି ଅଛି। ଅନ୍ୟପକ୍ଷରେ, ଆୟୋଜକ ଭାରତକୁ ଟୁର୍ନାମେଣ୍ଟ ପୂର୍ବରୁ ଶ୍ରେୟସ ଆୟରଙ୍କ ରୂପରେ ବଡ଼ ଝଟକା ଲାଗିପାରେ। ଆୟର ଏ ପର୍ଯ୍ୟନ୍ତ ନିଜ ପିଠି ସର୍ଜରୀରେ ପୂରା ଠିକ୍‌ ହୋଇନାହାନ୍ତି।

ଶ୍ରେୟସ ଆୟରଙ୍କ ପିଠି ସମସ୍ୟା ହେତୁ ସେ ଅସ୍ତ୍ରୋପଚାର କରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ପରେ ସମସ୍ତେ ଆଶା କରିଥିଲେ ଯେ ଏସିଆ କପ ପର୍ଯ୍ୟନ୍ତ ସେ ସମ୍ପୂର୍ଣ୍ଣ ଫିଟ୍‌ ହେବେ। ଅସ୍ତ୍ରୋପଚାର ହେତୁ, ଆଇୟର ଆଇପିଏଲର ୧୬ ତମ ସିଜିନରେ ବାହାରେ ଥିଲେ। ଏବେ ବିସିସିଆଇର ଡାକ୍ତରୀ ଦଳ ତାଙ୍କର ମନ୍ଥର ସୁସ୍ଥ ହେବା ନେଇ ଚିନ୍ତା ପ୍ରକଟ କରିଛନ୍ତି।

ଆୟରଙ୍କ ପୁନରୁଦ୍ଧାର ସମ୍ପର୍କରେ ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ଇନସାଇଡ ସ୍ପୋର୍ଟକୁ ଦେଇଥିବା ବିବୃତ୍ତିରେ କହିଛନ୍ତି ଯେ ସେ ବିଶ୍ୱକପ ପର୍ଯ୍ୟନ୍ତ ଫିଟ ରହିବେ ବୋଲି ଆଶାବାଦୀ ଅଛନ୍ତି, କିନ୍ତୁ ସେ ନିଶ୍ଚିତ ଭାବରେ କିଛି କହିପାରିବେନାହିଁ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel