Categories: ଖେଳ

ପ୍ରଥମ ଟେଷ୍ଟରୁ ବାଦ୍‌ ପଡ଼ିଲେ ଶ୍ରେୟସ

ନୂଆଦିଲ୍ଲୀ,୧।୨: ଅଷ୍ଟ୍ରେଲିଆ ବିପକ୍ଷ ୪ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି ଶ୍ରେୟସ ଆୟର। ଏବେ ତାଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବ ନଚେତ ଶୁଭମନ ଗିଲଙ୍କୁ ଖେଳାଇବା ଉପରେ ବିଚାର କରୁଛି। ତେବେ ଶ୍ରେୟସ ଏଯାବତ ସୁସ୍ଥ ହୋଇନାହାନ୍ତି। ଏବେ ସେ ରାଷ୍ଟ୍ରୀୟ କ୍ରିକେଟ ଏକାଡେମୀରେ ରିହାବିଲିଟେଶନ କରୁଛନ୍ତି।

ଅଧିନାୟକ ରୋହିତ ଶର୍ମା ଏବଂ ଉପଅଧିନାୟକ କେ ଏଲ୍‌ ରାହୁଲ ଓପନିଂ ଯୋଡ଼ି ଭାବେ ପ୍ରଥମ ପସନ୍ଦ ଅଟନ୍ତି। ଏହାପରେ ତୃତୀୟ ସ୍ଥାନରେ ଚେତେଶ୍ୱର ପୂଜାରା ଏବଂ ଚତୁର୍ଥ ସ୍ଥାନରେ ବିରାଟ କୋହଲି ଖେଳିବା ଏକ ପ୍ରକାର ସ୍ପଷ୍ଟ ବୋଲି କୁହାଯାଉଛି। ଏଭଳି ସ୍ଥିତିରେ ୫ମ ସ୍ଥାନରେ ଖେଳୁଥିବା ବ୍ୟାଟ୍ସମ୍ୟାନ୍‌ ଗୁରୁତ୍ୱପୂର୍ଣ୍ଣ ରହିବେ।

Share