Advertisement

ଦୁଃଖ ବଖାଣି ଭାବବିହ୍ବଳ ହେଲେ ଶ୍ରେୟାସ; ଦିଲ୍ଲୀର ଅଧିନାୟକ ପଦରୁ ହଟାଇବାକୁ ନେଇ କହିଲେ…

ନୂଆଦିଲ୍ଲୀ,୧।୩: ଭାବବିହ୍ବଳ ହେଲେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଶ୍ରେୟାସ ଆୟର। ଆଇପିଏଲ୍‌ ୨୦୨୧ରେ ଦିଲ୍ଲୀ କ୍ୟାପିଟାଲ୍ସର ଅଂଶ ଥିବା ଆୟର ଆଗାମୀ ସିଜନରେ କୋଲକାତା ନାଇଟ ରାଇଡର୍ସ(କେକେଆର୍‌)ର ନେତୃତ୍ୱ ନେଉଥିବା ଦେଖିବାକୁ ମିଳିବ। ଆଇପିଏଲ୍‌ ୨୦୨୦ରେ ଦିଲ୍ଲୀ ଟିମ୍‌କୁ ଫାଇନାଲକୁ ପଠାଇଥିଲେ ଆୟାର। ହେଲେ ତାଙ୍କୁ ୨୦୨୧ରେ ଅଧିନାୟକ ହେବାର ସୁଯୋଗ ମିଳି ନ ଥିଲା। ଏବେ ସେ ଏହାକୁ ନେଇ ବଡ଼ ଖୁଲାସା କରିଛନ୍ତି।

କାନ୍ଧରେ ଆଘାତ ଲାଗିବା କାରଣରୁ ଆୟାରଙ୍କ ସ୍ଥାନରେ ଋଷଭ ପନ୍ତଙ୍କୁ ଅଧିନାୟକ ଦାୟିତ୍ୱ ମିଳିଥିଲା। ସେ ଫିଟ୍‌ ହୋଇ ଫେରିବା ପରେ ମଧ୍ୟ ପନ୍ତଙ୍କଠାରୁ ଦାୟିତ୍ୱ କଢ଼ାଯାଇ ନ ଥିଲା। ଏବେ ସେ ନେଇ ଆୟାର କହିଛନ୍ତି, ଆଘାତ ଆଉ ଅଧିନାୟକ ପଦ ହରାଇବା ମଧ୍ୟରେ ସବୁଠାରୁ କଷ୍ଟକର ଥିଲା ଆଘାତ। ଏହା ବଡ଼ ଝଟ୍‌କା ଥିଲା। ଯଦି ସେଭଳି ହୋଇ ନ ଥାନ୍ତା ତେବେ ମୋତେ ଦାୟିତ୍ୱରୁ ହଟା ଯାଇ ନ ଥିଲା। ଦିଲ୍ଲୀ ଟିମ୍‌ ପାଇଁ ସୁନ୍ଦର ବାତାବରଣ ସୃଷ୍ଟି କରିଥିଲୁ। ଅଧିନାୟକ ଭାବେ ବ୍ୟାଟିଂ ଲାଗି ଭଲ ସିଜନ ଥିଲା। ମୁଁ ପାଖାପାଖି ୫୦୦ ରନ୍‌ କରିଥିଲି। ନିଜ ପଦ ଏବଂ ବ୍ୟାଟିଂକୁ ନେଇ ଆତ୍ମବିଶ୍ୱାସ ଭରପୂର ଥିଲା। ଭଲ ଫର୍ମରେ ଥିଲି। ହେଲେ ଆହତ ହେବା ସବୁ ବିଗାଡ଼ି ଦେଇଥିଲା। ଜବରଦସ୍ତ ଭାବେ ମିଳିଥିବା ଏହି ବ୍ରେକ ସହଜ ନ ଥିଲା। କାରଣ ପୁଣି ଥରେ ସବୁକିଛି ଆରମ୍ଭ କରିବାକୁ ପଡ଼ିବ ବୋଲି ଭାବିଥିବା ଆୟାର କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share