Categories: ଖେଳ

ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପୂର୍ବରୁ…

ହାଇଦ୍ରାବାଦ,୧୭।୧: ଶ୍ରୀଲଙ୍କା ବିପକ୍ଷରେ ସିରିଜ ପରେ ଏବେ ନ୍ୟୁଜିଲାଣ୍ଡ ବିପକ୍ଷରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଖେଳିବ ଟିମ୍‌ ଇଣ୍ଡିଆ। ଏହାର ଗୋଟିଏ ଦିନ ପୂର୍ବରୁ ଭାରତକୁ ବଡ଼ ଝଟ୍‌କା ଲାଗିଛି। ଆହତ ହେବା ଯୋଗୁ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌ ଶ୍ରେୟସ ଆୟାର ସିରିଜରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ରଜତ ପାଟିଦାରଙ୍କୁ ଦଳରେ ସୁଯୋଗ ମିଳିଥିବା ନେଇ ମଙ୍ଗଳବାର ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି।

ବିସିସିଆଇ କହିଛି, ଶ୍ରେୟସଙ୍କ ପିଠିରେ ଆଘାତ ଲାଗିଛି। ଏଥିଲାଗି ତାଙ୍କୁ ସିରିଜରୁ ବାଦ୍‌ ଦିଆଯାଇଛି। ଏବେ ସେ ବାଙ୍ଗାଲୁରୁ ସ୍ଥିତ ନ୍ୟାଶନାଲ କ୍ରିକେଟ ଏକାଡେମୀ(ଏନ୍‌ସିଏ) ପଠାଇ ଦିଆଯାଇଛି।

ତେବେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ବୁଧବାର(୧୮ଜାନୁୟାରୀ)ରୁ ହାଇଦ୍ରାବାଦରେ ଖେଳାଯିବ। ସେହିଭଳି ଦ୍ୱିତୀୟ ଦିନିକିଆ ଜାନୁୟାରୀ ୨୧ ରାୟପୁରରେ ଏବଂ ତୃତୀୟ ମ୍ୟାଚ୍‌ ଇନ୍ଦୋରରେ ଜାନୁୟାରୀ ୨୪ରେ ଖେଳାଯିବ। ସମସ୍ତ ମ୍ୟାଚ୍‌ ଭାରତୀୟ ସମୟ ଅପରାହ୍ନ ୧.୩୦ମିନିଟ୍‌ରେ ଆରମ୍ଭ ହେବ।

Share