Categories: ଖେଳ

କାନପୁର ଟେଷ୍ଟରେ ପଦାର୍ପଣ କରିବେ ଶ୍ରେୟାସ

କାନପୁର,୨୪।୧୧: ଲୋକେଶ ରାହୁଲ ଆହତ ହେବାରୁ ମଧ୍ୟକ୍ରମରେ ଜଣେ ନୂଆ ବ୍ୟାଟରଙ୍କ ପାଇଁ ବାଟ ଫିଟିଛି। ଖାଲି ଥିବା ସ୍ଥାନରେ ଶ୍ରେୟାସ ଆୟାର ଟେଷ୍ଟ ପଦାର୍ପଣ କରିବେ। ଏହା ସ୍ପଷ୍ଟ କରିଛନ୍ତି ଭାରତୀୟ ଦଳର କାମଚଳା ଅଧିନାୟକ ଅଜିଙ୍କ୍ୟ ରାହାନେ। ତେବେ ରାହୁଲ ଆହତ ଥିବା ବେଳେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଓପନିଂ ସ୍ଲଟ ଲାଗି ଚିନ୍ତିତ ନ ଥିବା ରାହାନେ ମ୍ୟାଚ୍‌ ପୂର୍ବରୁ ଆୟୋଜିତ ଖବରଦାତା ସମ୍ମିଳନୀରେ କହିଛନ୍ତି।

ରାହୁଲ ଇଂଲଣ୍ଡରେ ଭଲ ପ୍ରଦର୍ଶନ କରିବା ସହ ଭଲ ଫର୍ମରେ ଥିଲେ। ସେ ଆହତ ହେବା ଦଳ ପାଇଁ ଏକ ବଡ଼ ଝଟକା। କିନ୍ତୁ ଆମକୁ ଚିନ୍ତିତ ହେବାର ଆବଶ୍ୟକତା ନାହିଁ। କାରଣ ତାଙ୍କ ଅନୁପସ୍ଥିତିରେ ଦଳ ପାଖରେ ଅଗ୍ରଓ୍ବାଲ ଓ ଗିଲଙ୍କ ଭଳି ଓପନର ଅଛନ୍ତି। ଏମାନେ ପୂର୍ବରୁ ଦଳ ପାଇଁ କାର୍ଯ୍ୟ କରିଛନ୍ତି। ଆଉ ସେମାନଙ୍କ ପାଖରେ ଅଭିଜ୍ଞତା ମଧ୍ୟ ଅଛି। ଏଣୁ ଓପନିଂ ସ୍ଲଟ ପାଇଁ ଚିନ୍ତିତ ନୁହେଁ ବୋଲି ରାହାନେ କହିଛନ୍ତି।

Share