Categories: ଖେଳ

ଆୟରଙ୍କ ଅସ୍ତ୍ରୋପଚାର ସଫଳ

ମୁମ୍ବାଇ,୨୧ା୪: ଭାରତୀୟ ବ୍ୟାଟର ଶ୍ରେୟସ ଆୟରଙ୍କ ପିଠି ଅସ୍ତ୍ରୋପଚାର(ସର୍ଜରୀ) ସଫଳ ହୋଇଛି। ମଙ୍ଗଳବାର ଲଣ୍ଡନରେ ଶ୍ରେୟସଙ୍କ ସର୍ଜରୀ ହୋଇଥିଲା। ବର୍ତ୍ତମାନ ସେ ସୁସ୍ଥ ହୋଇ ଚାଲିବା ଆରମ୍ଭ କରିଛନ୍ତି। ଆସନ୍ତା ୩ ମାସ ମଧ୍ୟରେ ସେ ସମ୍ପୂର୍ଣ୍ଣ ଫିଟ୍‌ ହୋଇ ଅଭ୍ୟାସ କରିବାର ସମ୍ଭାବନା ରହିଛି।

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ରେ ଆୟରଙ୍କ ଅଂଶଗ୍ରହଣକୁ ନେଇ ଆଶଙ୍କା ରହିଥିଲେ ମଧ୍ୟ ଦିନିକିଆ ବିଶ୍ୱକପ ପୂର୍ବରୁ ସେ ଫିଟ୍‌ ହୋଇଯିବା ନେଇ ଆଶା କରାଯାଉଛି। ଏହା ପୂର୍ବରୁ ଭାରତୀୟ ପେସ୍‌ ବୋଲର ଯଶପ୍ରୀତ୍‌ ବୁମ୍‌ରା ମଧ୍ୟ ଲୋୟର ବ୍ୟାକ୍‌ ଷ୍ଟ୍ରେସ୍‌ ପାଇଁ ସର୍ଜରୀ କରାଇଥିଲେ। ବୁମ୍‌ରା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ବେଳକୁ ସୁସ୍ଥ ହେବା ଆଶା କରାଯାଉଛି।

Share