ଆବୁଧାବି, ୧।୧୦(ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ର ମଙ୍ଗଳବାର ସନ୍ରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ସ୍ଲୋ ଓଭରରେଟ୍ ବୋଲିଂ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଶ୍ରେୟାସ ଆୟାରଙ୍କୁ ୧୨ ଲକ୍ଷ ଟଙ୍କାର ଜରିମାନା କରାଯାଇଛି। ଚଳିତ ସିଜନରେ ଆୟାର ପ୍ରଥମଥରପାଇଁ ଆଚରଣ ବିଧି ଉଲଂଘନ କରିଛନ୍ତି ବୋଲି ଆଇପିଏଲ ପକ୍ଷରୁ ଏକ ରିଲିଜ୍ରେ ପ୍ରକାଶ କରାଯାଇଛି। ଗତ ସପ୍ତାହରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଧିନାୟକ ବିରାଟ କୋହଲିଙ୍କୁ ମଧ୍ୟ ସମାନ କାରଣରୁ ୧୨ ଲକ୍ଷ ଟଙ୍କାର ଜରିମାନା କରାଯାଇଥିଲା। ସନ୍ରାଇଜର୍ସ ନିକଟରୁ ପରାଜୟ ପାଇଁ ଆୟାର ଦୁଃଖିତ ଥିବାବେଳେ ମୋଟା ଅଙ୍କର ଜରିମାନା ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି।