ଧର୍ମଶାଳା,୨୮।୨: ଫୁଲ ଫର୍ମରେ ଥିବା ଶ୍ରେୟାସ ଆୟାର ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ଲଗାତାର ତୃତୀୟ ଅର୍ଦ୍ଧଶତକ ହାସଲ କରିଛନ୍ତି। ତାଙ୍କର ଏଭଳି ପ୍ରଦର୍ଶନ ଯୋଗୁ ଭାରତ ୩-୦ରେ ସିରିଜ୍କୁ ମୂଳପୋଛ କରିଛି।
ରବିବାର ଖେଳାଯାଇଥିବା ମ୍ୟାଚ୍ରେ ଶ୍ରେୟାସ ୪୫ ବଲରେ ଖେଳିଥିଲେ ୭୩ ରନ୍ର ଅପରାଜିତ ଇନିଂସ। ତାଙ୍କ ପାଳିରେ ୯ ଚୌକା ଓ ୧ ଛକା ସାମିଲ ଥିଲା। ସିରିଜ୍ର ପୂର୍ବ ଦୁଇ ମ୍ୟାଚ୍ରେ ଯଥାକ୍ରମେ ୫୭ ଓ ୭୪ ରନ୍ର ଇନିଂସ ଖେଳିଥିଲେ। ଉଭୟ ଥର ମଧ୍ୟ ସେ ନଟ୍ଆଉଟ୍ ରହିଥିଲେ। ପୂରା ସିରିଜ୍ରେ ସେ ୨୦୪ ରନ୍ କରିଥିଲେ। ଦ୍ୱିପାକ୍ଷିକ ୩ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍ରେ ଭାରତୀୟ ଭାବେ ସର୍ବାଧିକ ରନ୍ କରିବାରେ ସେ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି। ୨୦୧୫/୧୬ରେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ରେ କୋହଲି ୧୯୯ ରନ୍ କରିଥିଲେ। କୋହଲି ଉକ୍ତ ସିରିଜ୍ରେ ଲଗାତାର ୩ ଅର୍ଦ୍ଧଶତକ ହାସଲ କରିଥିଲେ।