ଅଟଳ ବିହାରୀ ବାଜପେୟୀଙ୍କ ଭୂମିକାରେ ନଜର ଆସିବେ ଶ୍ରେୟାସ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତ ଅପକମିଙ୍ଗ୍‌ ଫିଲ୍ମ‘ଏମରଜେନ୍ସି’କୁ ନେଇ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ। ପୂର୍ବରୁ ଏହାର ଫାଷ୍ଟ ଲୁକ ସାମ୍ନାକୁ ଆସିଥିଲା। ସେହିପରି ଅଭିନେତା ଅନୁପମ ଖେର ଜୟପ୍ରକାଶ ନାରାୟଣ ଭୂମିକାରେ ନଜର ଆସିବେ। ଯାହାର ଲୁକ୍‌ ମଧ୍ୟ ସାମ୍ନାକୁ ଆସିବା ପରେ ଲୋକ ପସନ୍ଦ କରିଥିଲେ। ତେବେ ବର୍ତ୍ତମାନ ଏହି ଫିଲ୍ମରେ
ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଭୂମିକାରେ ଅଭିନେତା ଶ୍ରେୟାସ ତଲପଡେଙ୍କୁ ଦେଖିବାକୁ ମିଳିବ। ଯାହାକୁ ନିଜେ କଙ୍ଗନା ରାଣାଓ୍ବତ ଶେୟାର କରିଛନ୍ତି। ଏହି ଲୁକ୍‌ ଦେଖି ପ୍ରଶଂସକମାନେ କମେଣ୍ଟ ଦେଉଛନ୍ତି । ଜଣେ ପ୍ରଶଂସକ କହିଛନ୍ତି ଯେ, ଏହି ଲୁକ୍‌ ପାଇଁ ଶ୍ରେୟାସ ସର୍ବୋତ୍ତମ ପସନ୍ଦ ହୋଇଥିବାବେଳେ କିଛି ୟୁଜର୍ସ ଏଥିରେ ସହମତ ନୁହଁନ୍ତି । ଜଣେ ୟୁଜର ଲେଖିଛନ୍ତି, ବର୍ତ୍ତମାନ ସମୟରେ ଏହା କୌଣସି ପ୍ରକାରେ ଅଟଳଜୀଙ୍କ ପରି ଦେଖାଯାଉନାହାନ୍ତି।

Share