Categories: ଜାତୀୟ

ଜୁନ୍‌ ୩୦ରୁ ଅମରନାଥ ଯାତ୍ରା ଆରମ୍ଭ

ଶ୍ରୀନଗର,୨୭।୩: ଚଳିତବର୍ଷ ଅମରନାଥ ଯାତ୍ରା ଜୁନ ୩୦ରୁ ଆରମ୍ଭ ହେବ ଏବଂ ପରମ୍ପରା ଅନୁଯାୟୀ ରାଖି ପୁର୍ଣ୍ଣିମା ଦିନ ଶେଷ ହେବ। ଏଥର ବର୍ଷ ଭକ୍ତମାନେ ପ୍ରାୟ ୪୩ ଦିନ ବାବା ବର୍ଫାନୀଙ୍କୁ ଦେଖିପାରିବେ। ଗତ ୨ ର୍ବେ ହେବ କରୋନା ଯୋଗୁ ଅମରଯାତ୍ରା ସ୍ଥଗିତ ରଖାଯାଇଥିଲା। ଅମରନାଥ ଯାତ୍ରା ସମୟରେ କୋଭିଡ ନିୟମକୁ କଡାକଡି ଭାବରେ ପାଳନ କରାଯିବ। ରବିବାର ଜମ୍ମୁ-କଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କ ଅଧ୍ୟକ୍ଷତାରେ ଶ୍ରୀ ଅମରନାଥଜୀ ଶ୍ରୀନ୍‌ ବୋର୍ଡର ବୈଠକ ଅନୁଷ୍ଠିତ ହୋଇଥିଲା। ଆଗାମୀ ପରିଦର୍ଶନ ସହିତ ଜଡିତ ବିଭିନ୍ନ ପ୍ରସଙ୍ଗ ବୈଠକରେ ଆଲୋଚନା କରାଯାଇଥିଲା।
ବାବା ଅମରନାଥଙ୍କୁ ଦର୍ଶନ କରିବାକୁ ଇଚ୍ଛା କରୁଥିବା ଭକ୍ତମାନେ ଏପ୍ରିଲ ୨ରୁ ପଞ୍ଜୀକରଣ କରିପାରିବେ। ଗୋଟିଏ ଦିନରେ କେବଳ ୨୦ ହଜାର ପଞ୍ଜୀକରଣ କରାଯିବ। ଏହା ବ୍ୟତୀତ ଯାତ୍ରା ଦିନ ନିର୍ଦ୍ଦିିଷ୍ଟ ଏକ କାଉଣ୍ଟରରେ ଅନ-ସ୍ପଟ ପଞ୍ଜୀକରଣ ମଧ୍ୟ କରାଯିବ।

Share