ଶ୍ରୀମନ୍ଦିର ସୁରକ୍ଷା ଉପରେ ପୁଣି ଉଠିଲା ପ୍ରଶ୍ନ, ଭିତର ବେଢାର ଫଟୋ ଭାଇରାଲ

ପୁରୀ,୩ା୬(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିର ସୁରକ୍ଷା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଥିଲା ବେଳେ ବାରଂବାର ସୁରକ୍ଷା ଉଲଂଘନ ଯେଉଥିବା ଦେଖିବାକୁ ମିଳୁଛି। ଏହାରି ମଧ୍ୟରେ ପୁଣିଥରେ ଶ୍ରୀମନ୍ଦିର ଭିତର ବେଢାର ଫଟୋ ଭାଇରାଲ ହୋଇଛି।

ଶ୍ରୀମନ୍ଦିର ବେଢାରେ ଦୁଇଜଣ ବ୍ୟକ୍ତି ଏକ ସେଲ୍ଫି ନେଇଥିବା ବେଳେ ସୋସିଆଲ ମିଡିଆରେ ଏହି ଗତ ଭାଇରାଲ ହେଉଛି। ତେଣୁ ମୋବାଇଲ ଫୋନ୍ ଶ୍ରୀମନ୍ଦିର ଭିତରକୁ ଗଲା କିଭଳି,ସେନେଇ ପ୍ରଶ୍ନ ଉଠିଛି।

Share