Categories: ଜାତୀୟ

ଆରମ୍ଭ ହେଲା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ: ବ୍ୟବହାର ହେବନି ଲୁହା !

ନୂଆଦିଲ୍ଲୀ,୨୦।୮: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ସମ୍ବନ୍ଧୀୟ ଓ ଦେଖାରଖା ପାଇଁ ଗଠିତ ଶ୍ରୀ ରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସୂଚନାରୁ ଜଣାପଡିଛି କି ଅଯୋଧ୍ୟାରେ ଥିବା ରାମ ଜନ୍ମଭୂମୀରେ ମନ୍ଦିର ନିର୍ମାଣ କାମ ଆରମ୍ଭ ହୋଇଯାଇଛି। ଟୁଇଟ୍‌ କରି ଟ୍ରଷ୍ଟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ତେବେ ମନ୍ଦିର ନିର୍ମାଣ ପାଇଁ ୩୬-୪୦ ଦିନ ସମୟ ଲାଗିବ ବୋଲି କୁହାଯାଇଛି। ଏହା ଭାରତର ପ୍ରାଚୀନ ନିର୍ମାଣ ପଦ୍ଧତି ଦ୍ୱାରା କରାଯାଉଛି। ଏହାର ଉଦ୍ଦେଶ୍ୟ ହେଉଛି ମନ୍ଦିରଟି ଶହ ଶହ ବର୍ଷଧରି ଅକ୍ଷୂର୍ଣ୍ଣ ରହିପାରିବ। ଏହାମଧ୍ୟ ଭୂକମ୍ପ, ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକକୁ ସାମ୍ନା କରିପାରିବ। ତେବେ ସବୁଠାରୁ ବଡ କଥା ହେଲା ମନ୍ଦିର ନିର୍ମାଣରେ କୁଆଡେ ଲୁହାର ବ୍ୟବହାର କରାଯିବ ନାହିଁ।

Share