ଭାରତୀୟ ଦୂତବାସ ଆକ୍ରମଣକୁ ଦୃଢ ନିନ୍ଦା କଲେ ଆମେରିକୀୟ ସାଂସଦ ଶ୍ରୀ ଥାନେଦାର

ଓ୍ବାଶିଂଟନ୍‌,୧୨।୭: ଆମେରିକାର ସାସଂଦ ତଥା ପ୍ରଭାବଶାଳୀ ଭାରତୀୟ-ଆମେରିକୀୟ ଶ୍ରୀ ଥାନେଦାର ସାନ ଫ୍ରାନ୍ସିସ୍କୋରେ ଥିବା ଭାରତୀୟ ଦୂତାବାସ ଉପରେ ହୋଇଥିବା ଆକ୍ରମଣକୁ ଦୃଢ ନିନ୍ଦା କରିଛନ୍ତି। ଏଥିସହ ଅପରାଧୀଙ୍କ ବିରୋଧରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମତ ରଖିଛନ୍ତି। ଆମେରିକାରେ ଥିବା ଭାରତ ରାଷ୍ଟ୍ରଦୂତ ତରଣଜିତ ସିଂ ସାନ୍ଧୁଙ୍କ ହିଂସା ଭିଆଉଥିବା ଭାଷଣକୁ ମଧ୍ୟ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ସ୍ବାଧୀନ ଭାବେ ନିଜ ମତ ରଖିବାରେ ହିଂସା ସୃଷ୍ଟି କରିବା କିମ୍ବା ସମ୍ପତ୍ତି ନଷ୍ଟ କରିବାର କୌଣସି ଅଧିକାର ଦିଆଯାଇ ନାହିଁ।

Share