ଡେଙ୍ଗୁ ପରେ ଘାରିଲାଣି ଝାଡ଼ାବାନ୍ତି ଚିନ୍ତା

ଭୁବନେଶ୍ୱର,(ଅଭିଜିତ ଦାସ)/ପଟ୍ଟାଙ୍ଗି, ୫।୭(ଶରତ ଧଳ): ବର୍ଷା ଋତୁ ଆରମ୍ଭରୁ ରାଜ୍ୟରେ ଜଳବାହିତ ରୋଗ ବ୍ୟାପିଲାଣି। ଡେଙ୍ଗୁ ପରେ ଏବେ ଝାଡାବାନ୍ତି, କାମଳ(ହେପାଟାଇଟିସ୍‌-ଏ ଓ ଇ) ରୋଗରେ ଅନେକେ ଆକ୍ରାନ୍ତ ହୋଇଥିବାବେଳେ କେତେଜଣ ରୋଗୀଙ୍କ ଜୀବନ ଗଲାଣି। କୋରାପୁଟ ଜିଲା ପଟାଙ୍ଗି ବ୍ଲକ୍‌ରେ ଝାଡ଼ାବାନ୍ତିରେ ୩ଜଣଙ୍କ ମୃତ୍ୟୁ ଘଟିବା ପରେ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିଛି। ସ୍ଥିତିର ସମୀକ୍ଷା କରାଯିବା ସହ ସଂକ୍ରମଣ ନିୟନ୍ତ୍ରଣ ଲାଗି ପଦକ୍ଷେପ ଆରମ୍ଭ ହୋଇଛି। ବର୍ଷା ପୂର୍ବରୁ ରାଜ୍ୟର ସମସ୍ତ ଅଞ୍ଚଳରେ ଜଳ ଉତ୍ସଗୁଡିକୁ ବିଶୋଧନ କରିବାକୁ କୁହାଯାଇଥିବାବେଳେ ୧୦ ତାରିଖରୁ ପ୍ରତି ପଞ୍ଚାୟତରେ ଇଣ୍ଟିଗ୍ରେଟେଡ୍‌ କ୍ୟାମ୍ପେନ ଆରମ୍ଭ କରିବାକୁ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି।
ମୌସୁମୀ ପୂର୍ବରୁ ଜଳବାହିତ ରୋଗ ସମ୍ଭାବନା ଏଡାଇବାକୁ ସ୍ବାସ୍ଥ୍ୟ ବିଭାଗ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମଧ୍ୟରେ ସମନ୍ବୟ ରଖି କାର୍ଯ୍ୟ କରାଯାଉଥିବା ରାଜ୍ୟ ସରକାର କହୁଛନ୍ତି। ୨୦୨୦-୨୧ରେ ୨୦୯ଟି କେସ୍‌ ବାହରିଥିବା ବେଳେ ୧୧ ଝାଡାବାନ୍ତି ରୋଗୀ ଚିହ୍ନଟ ହୋଇଥିଲେ। ଏଥିମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ସେହିପରି ୨୦୨୧-୨୨ରେ ୨୦୦୭ଟି କେସ୍‌ ବାହାରିଥିବା ବେଳେ ୬୯ଜଣ ଝାଡାବାନ୍ତି ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା। ସେହିବର୍ଷ ମୃତ୍ୟୁ ସଂଖ୍ୟା ୩୦କୁ ବୃଦ୍ଧି ପାଇଥିଲା। ଉକ୍ତ ବର୍ଷ ରାୟଗଡ଼ା କାଶୀପୁର ଘଟଣା ରାଜ୍ୟରେ ଚର୍ଚ୍ଚାକୁ ଆସିଥିଲା। ଏଠାରେ ୭ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୦୪ଜଣ ଆକ୍ରାନ୍ତ ହୋଇଥିଲେ। ତେବେ ଚଳିତବର୍ଷ ଏଯାଏ ୩୧୪ଟି କେସ୍‌ ବାହାରିଥିବାବେଳେ ୧୦ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ତେବେ ଏମାନଙ୍କ ମଧ୍ୟରୁ ପଟ୍ଟାଙ୍ଗି ବ୍ଲକ୍‌ ମେଟାପାଡୁ ଗ୍ରାମରେ ଗତ ୨୫ ତାରିଖରୁ ଝାଡ଼ାବାନ୍ତି ବ୍ୟାପିଛି। ଗ୍ରାମର ଦିଶାରି ପାଖରୁ ଔଷଧ ଖାଇ ୨୮ ଓ ୨୯ ତାରିଖରେ ୬ଜଣ ଗୁରୁତର ହୋଇପଡିଥିଲେ। ୩୦ ତାରିଖରେ ଗୋଲରି ବୁଦ୍ରାୟାଙ୍କ ମୃତ୍ୟୁ ହୋଇଥିଲା। ପରେ ଅନ୍ୟ ୫ଜଣଙ୍କୁ ପଟ୍ଟାଙ୍ଗି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଗତ ୨ ତାରିଖରେ ଜାନି ମାଲାମାଙ୍କ ମୃତ୍ୟୁ ଘଟିଥିବାବେଳେ ମଙ୍ଗଳବାର ଗୋଲରି ପେଣ୍ଡାୟାଙ୍କ ମୃତ୍ୟୁ ଘଟିଛି।
ଜନସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର କହଛନ୍ତି, ଜଳବାହିତ ରୋଗର ସଚେତନତା ଲାଗି ଜୁଲାଇ ୧୦ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ଇଣ୍ଡିଗ୍ରେଟେଡ୍‌ କ୍ୟାମ୍ପେନ ଆରମ୍ଭ ହେବ। ଡାଇରିଆ, କାମଳ, ମ୍ୟାଲେରିଆ ରୋଗ ପାଇଁ ବିଭିନ୍ନ ଜିଲାରେ ଥିବା ସିଏଚ୍‌ସି, ପିଏଚ୍‌ସିରେ ସ୍ବାସ୍ଥ୍ୟକର୍ମୀ, ଆଶାଦିଦି ଓ ଚିଫ୍‌ ହେଲ୍‌ଥ ଅଧିକାରୀ ଘରକୁ ଘର ବୁଲି ସର୍ଭେ କରିବେ। ଏହାସହ ପ୍ରତି ପରିବାରକୁ ହାଲୋଜେନ ବଟିକା ଓ ଓଆର୍‌ଏସ୍‌ ଦିଆଯିବ। ସେହିପରି ଗାଁମାନଙ୍କର ଜଳଉତ୍ସଗୁଡିକ ବିଶୋଧନ କରାଯିବାର ଲକ୍ଷ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି: ବାତିଲ ହେଲା ମୟୂରଭଞ୍ଜ କାର୍ଯ୍ୟକ୍ରମ

କେନ୍ଦୁଝର,୨୨ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲାକୁ ଶୁକ୍ରବାରଠାରୁ ୩ ଦିନିଆ ଗସ୍ତରେ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ନିଜ ଜିଲାକୁ...

ବିଜେଡିର ଭୁବନେଶର ବନ୍ଦ ଡାକରା: ମନ୍ତ୍ରୀ ସୁରେଶ ପୂଜାରୀ କହିଲେ ସହିପାରୁନି….

ଭୁବନେଶ୍ୱର,୨୨।୯: ୨୪ ତାରିଖ ଭୁବନେଶ୍ୱରରେ ଚଖଅଖ ବନ୍ଦ ଡାକରା। ଚାଲିବନି ଗାଡି଼ ମଟର। ଆସନ୍ତା ୨୪ରେ ୬ ଘଣ୍ଟିଆ ଭୁବନେଶର ବନ୍ଦ । ସକାଳ ୬...

୩ ଘଣ୍ଟା ପ୍ରବଳରୁ ଅତି ପ୍ରବଳ ବର୍ଷିବ: ଏସବୁ ସ୍ଥାନରେ…

ଭୁବନେଶ୍ୱର,୨୨।୯: ଆସୁଛି ଆଉ ଏକ ଲଘୁଚାପ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତା ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ସୋମବାର ସୁଦ୍ଧା...

କାହିଁକି ଦୀପାଳିଙ୍କ ନାଁରେ ଏତଲା? 

କାହିଁକି ଦୀପାଳିଙ୍କ ନାରେ ଏତଲା? ଭୁବନେଶ୍ୱର,୨୨।୯: ଝାରସୁଗୁଡ଼ାର ପୂର୍ବତନ ବିଧାୟକ ଦୀପାଳି ଦାସ ଓ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲଙ୍କ ନାଁରେ ଏତଲା  ହୋଇଛି। ସମ୍ବଲପୁରସ୍ଥିତ...

ଅଙ୍ଗନଓ୍ବାଡି କର୍ମୀଙ୍କୁ ଗଛରେ ବାନ୍ଧି ମାଡ଼ ମାରିବା ଘଟଣା: କର୍ମୀଙ୍କ ସହ କଥା ହୋଇ ଉପମୁଖ୍ୟମନ୍ତ୍ରୀ କହିଲେ…

ବାଲେଶ୍ୱର,୨୨ା୯(ବାଞ୍ଛାନିଧି ଦେ): ବାଲେଶ୍ବର ଜିଲା ସିଂଲା ଥାନା ବାଲିଆପାଳ ବ୍ଲକ ଅନ୍ତର୍ଗତ ମହାପଦା ଅଙ୍ଗନଓ୍ବାଡ଼ି କେନ୍ଦ୍ର କର୍ମୀ ଉର୍ମିଳା ସାମଲଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼...

କଂଗ୍ରେସ ବିଜେଡି ମେଣ୍ଟ: ବିଜେଡିର ଚକ୍ରାନ୍ତ ଲୋକମାନେ ଜାଣନ୍ତି …

ଜାଣିଛନ୍ତଭୁବନେଶ୍ୱର,୨୨।୯: ଦରକାର ପଡିଲେ କଂଗ୍ରେସ ସହ ହାତ ମିଳେଇବୁ। ଆଉ ରାଜ୍ୟରେ ସରକାର ଗଢିବୁ। ଖୋଲା ମଞ୍ଚରେ ଏଭଳି ଚାଞ୍ଚଲ୍ୟକର ମନ୍ତବ୍ୟ ରଖିଛନ୍ତି ବିଜେଡି ଏମ୍‌ପି...

ଓଡ଼ିଶାରେ ହେବ ବିଜେଡି-କଂଗ୍ରେସ ମେଣ୍ଟ! ଭିତିରି ପ୍ଲାନ କହିଦେଲେ ଦେବାଶିଷ ସାମନ୍ତରାୟ

ଭୁବନେଶ୍ୱର,୨୨।୯: ଦରକାର ପଡିଲେ କଂଗ୍ରେସ ସହ ହାତ ମିଳେଇବୁ। ଆଉ ରାଜ୍ୟରେ ସରକାର ଗଢିବୁ। ଖୋଲା ମଞ୍ଚରେ ଏଭଳି ଚାଞ୍ଚଲ୍ୟକର ମନ୍ତବ୍ୟ ରଖିଛନ୍ତି ବିଜେଡି ଏମପି...

ମଙ୍ଗଳବାର ଭୁବନେଶ୍ୱର ବନ୍ଦ, ହେବ ବଡ଼ ଆନ୍ଦୋଳନ…

ଭୁବନେଶ୍ୱର,୨୨।୯: ୨୪ ତାରିଖ ଭୁବନେଶ୍ୱରରେ ଚଖଅଖ ବନ୍ଦ ଡାକରା। ଚାଲିବନି ଗାଡି଼ ମଟର। ଆସନ୍ତା ୨୪ରେ ୬ ଘଣ୍ଟିଆ ଭୁବନେଶର ବନ୍ଦ । ସକାଳ ୬...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri