Categories: ଜାତୀୟ

ଶ୍ରୀକାନ୍ତ ତ୍ୟାଗୀ ମାମଲା: ଭାଜପାକୁ ଟାର୍ଗେଟ କଲେ ଅଖିଳେଶ

ଲକ୍ଷ୍ନୌ,୧୬ ।୮: ଉତ୍ତର ପ୍ରଦେଶ ସ୍ଥିତ ନଏଡାର ଗ୍ରାଣ୍ଡ ଓମେକ୍ସ ସୋସାଇଟିରେ ମହିଳାଙ୍କୁ ଅଭଦ୍ର ବ୍ୟବହାର କରିଥିବା ବ୍ୟକ୍ତି ଶ୍ରୀକାନ୍ତ ତ୍ୟାଗୀ ଏବେ ରହୁଛନ୍ତି ଖୁବ୍ ଚର୍ଚ୍ଚାରେ । ଶ୍ରୀକାନ୍ତଙ୍କୁ ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଭାବେ ନେଇ ବିରୋଧୀ ଭାଜପାକୁ ଲଗାତାର ଟାର୍ଗେଟ କରି ଚାଲିଛି । ଏବେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଶ୍ରୀକାନ୍ତ ତ୍ୟାଗୀ ମାମଲାକୁ ନେଇ ଭାଜପାକୁ ଟାର୍ଗେଟ କରିଛନ୍ତି ।
ଗଣମାଧ୍ୟମକୁ ଦେଇଥିବା ସାକ୍ଷାତ୍‌କାରରେ ଅଖିଳେଶ କହିଛନ୍ତି, ନୋଏଡାରେ ଜଣେ ମହିଳାଙ୍କ ପ୍ରତି ଯେଉଁଭଳି ଭାଷା ପ୍ରୟୋଗ କରି ଅପମାନ କରାଗଲା ଏକଥା କ’ଣ ସରକାର ଓ ପ୍ରଶାସନକୁ ଜଣା ନାହିଁ । ଭାଜପା ଓ ଏହାର ନେତାମାନେ ଚିନ୍ତା କରିବା ଦରକାର କି ଭାଜପା କର୍ମୀଙ୍କ ଭାଷା କ’ଣ । ସୂଚନାଯୋଗ୍ୟ, ଜଣେ ମହିଳାଙ୍କୁ ଅପମାନିତ କରିଥିବା ଶ୍ରୀକାନ୍ତ ତ୍ୟାଗୀଙ୍କୁ ପୋଲିସ ଗିରଫ କରିଥିବା ବେଳେ ସେ ଭାଜପା ନେତା ବୋଲି ନିଜକୁ ପରିଚୟ ଦେଉଥିଲେ । ହେଲେ ଏହି ଘଟଣା ପରେ ଭାଜପା କହିଛି ଶ୍ରୀକାନ୍ତଙ୍କର ଭାଜପା ସହ ନା କୌଣସି ସମ୍ପର୍କ ପୂର୍ବରୁ ଥିଲା ନା ଏବେ ରହିଛି ।

Share