Categories: ଫୁରସତ

ସଚ୍ଚୋଟତାରେ ‘ନମ୍ବର-୧’ ଥିଲେ ବିହାରର ପ୍ରଥମ ମୁଖ୍ୟମନ୍ତ୍ରୀ, ସିନ୍ଦୁକ ଖୋଲାଯିବା ପରେ ମିଳିଥିଲା ମାତ୍ର ୪ ଲଫାପା…

ଦିବଂଗତ ନେତା ଶ୍ରୀକୃଷ୍ଣ ସିଂହ ବିହାରର ପ୍ରଥମ ମୁଖ୍ୟମନ୍ତ୍ରୀ ଥିଲେ। ତାଙ୍କୁ ଆଧୁନିକ ବିହାରର ନିର୍ମାତା ବୋଲି କୁହାଯାଏ। ବିଶେଷକରି ସେ ନିଜର ସଚ୍ଚୋଟତାକୁ ନେଇ ଜନମାନସରେ ପରିଚିତ ଥିଲେ। ୧୯୬୧ରେ ତାଙ୍କ ପରଲୋକ ହୋଇଥିଲା। ଏହାପରେ ତାଙ୍କର ଘରେ ଥିବା ସିନ୍ଦୁକ ଭଙ୍ଗାଯାଇଥିଲା। ସେଥିରେ ଯାହା ଥିଲା ତାକୁ ଦେଖି ଅନେକେ ଚକିତ ହୋଇଯାଇଥିଲେ।

ସିନ୍ଦୁକ ଖୋଲିବା ପରେ ମିଳିଥିଲା ମାତ୍ର ୪ ଲଫାପା, ସେଥିରେ ଥିଲା ୨୪ ହଜାର ୫୦୦ ଟଙ୍କା । ପ୍ରଥମ ଲଫାପାରେ ୨୦ ହଜାର ଟଙ୍କା ଥିଲା, ଯାହାକି କଂଗ୍ରେସ କମିଟି ଲାଗି ଥିଲା। ଦ୍ୱିତୀୟରେ ତାଙ୍କ ପିଅନଙ୍କ ଝିଅ ବିବାହ ଲାଗି ୩ ହଜାର ଟଙ୍କା ଥିଲା। ତୃତୀୟ ଲଫାପାରେ ଏମ୍‌ପି ସିନ୍‌ହାଙ୍କ ସାନ ଝିଅଙ୍କ ଲାଗି ୧୦୦୦ ଟଙ୍କା ଥିଲା। ଚତୁର୍ଥ ଲଫାପାରେ ସେବା କରୁଥିବା ବିଶ୍ୱସ୍ତଙ୍କ ଲାଗି ୫୦୦ ଟଙ୍କା ଥିଲା। ତେବେ ତାଙ୍କ କାର୍ଯ୍ୟକାଳରେ ବିହାର ସବୁଠାରୁ ଉନ୍ନତ ରାଜ୍ୟ ହୋଇପାରିଥିଲା।

Share