ଶ୍ରୀମନ୍ଦିର ରୋଷଘର ଚୁଲି ଭାଙ୍ଗିବା ଘଟଣା: ଜଣେ ସନ୍ଦିଗ୍ଧ ଚିହ୍ନଟ, ୪ ଜେଟିପିଙ୍କୁ ଜେରା

ପୁରୀ ଅଫିସ,୫।୪: ଶ୍ରୀମନ୍ଦିର ରୋଷଘର ଚୁଲି ଭାଙ୍ଗିବା ଘଟଣାରେ ସିସିଟିଭିରୁ ଜଣେ ସନ୍ଦିଗ୍ଧ ଯୁବକଙ୍କୁ ଚିହ୍ନଟ କରାଯାଇଛି। ତେବେ ସେ ସେବାୟତ କି ନୁହେଁ ତାହା ସ୍ପଷ୍ଟ ହୋଇନାହିଁ। ଏ ନେଇ ପୁରୀ ଏସ୍‌ପି ବିଶାଲ କନୱାର ସିଂ ପ୍ରତିକ୍ରିୟା ଦେଇଛନ୍ତି।
ଅପର ପକ୍ଷରେ ସୁରକ୍ଷାରେ ନିୟୋଜିତ ୪ ଜଣ ଜେଟିପି(ଜଗନ୍ନାଥ ଟେମ୍ପଲ ପୋଲିସ)ଙ୍କୁ ପଚରାଉଚରା ଚାଲିଛି । ୪ ଜେଟିପିଙ୍କୁ ନୋଟିସ କରାଯାଇଛି । ଏହି ୪ ଜଣ ଜେଟିପି ସମ୍ପୃକ୍ତ ଯୁବକଙ୍କୁ ଶ୍ରୀମନ୍ଦିର ବାହାରକୁ ଆଣି ଛାଡିଥିବା ସିସିଟିଭିରୁ ଦେଖିବାକୁ ମିଳିଛି। ଅନ୍ୟପଟେ ଅନ୍ୟ ୨ ଜଣଙ୍କୁ ମଧ୍ୟ ପୋଲିସ ପଚରାଉଚରା କରୁଛି।

Share