ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ବିବାଦ ପ୍ରସଙ୍ଗ: କେନ୍ଦ୍ର, ରାଜ୍ୟକୁ ନୋଟିସ୍‌ ଜାରି କଲେ କୋର୍ଟ

ପୁରୀ ଅଫିସ,୧୩।୫: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ବିବାଦ ପ୍ରସଙ୍ଗରେ ପୁରୀ ଓକିଲ ସଂଘ ପକ୍ଷରୁ ଦାୟର ମାମଲାକୁ ପୁରୀ ସିଭିଲ ଜଜ୍‌ ସିନିୟର ଡିଭିଜନ କୋର୍ଟ ଗ୍ରହଣ କରିଛନ୍ତି। ଏଥିସହ କୋର୍ଟ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ, ଏଏସ୍‌ଆଇ, ଟାଟା ପ୍ରୋଜେକ୍ଟସ୍‌, ଓବିବିସି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲାପାଳ, ପୁରୀ ପୌର କର୍ତ୍ତୃପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି। ସମସ୍ତ ପକ୍ଷଙ୍କୁ ଜବାବ ଦେବାକୁ ନିର୍ଦ୍ଦେଶ ରହିଥିବା ବେଳେ ଜୁନ ୨୮ରେ ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡ଼ିଛି।

Share