ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ: ଆଜି ଆସିବ ରାୟ

ଭୁବନେଶ୍ୱର/ନୂଆଦିଲ୍ଲୀ,୩।୬: ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ଶୁକ୍ରବାର ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ଆସିବ। ଗୁରୁବାର ଏହି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ। ଉଭୟ ପକ୍ଷର ଯୁକ୍ତିକୁ ଶୁଣିବା ପରେ କୋର୍ଟ ଶୁକ୍ରବାର ଯାଏ ସଂରକ୍ଷିତ ରଖିଛନ୍ତି। ତେବେ ଆଜି ଏହାର ରାୟ ଆସିବ। ମାମଲାକୁ ନେଇ ରାଜନୀତି ବଢୁଥିବା ବେଳେ ସୁପ୍ରିମକୋର୍ଟ ଏନେଇ କ’ ଣ ରାୟ ଦେବେ ସେନେଇ ସମସ୍ତଙ୍କ ନଜର ରହିଛି। ଏପଟେ ରାୟ ଆସିବା ପରେ ସବୁ କିଛି ସ୍ପଷ୍ଟ ହୋଇଯିବ ବୋଲି କହିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର ।
ବିଚାରପତି ବି. ଆର୍‌. ଗଭାଇ ଓ ବିଚାରପତି ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କ ନିକଟରେ ମାମଲାର ଶୁଣାଣି ହୋଇଥିଲା ।

Share