ପୁରୀ ଅଫିସ, ୨୮।୧: ଶ୍ରୀମନ୍ଦିର ଖୋଲିବା ନେଇ ଆଜି ବସିବ ବୈଠକ । ମୁଖ୍ୟ ପ୍ରଶାସକ କ୍ରିଶନ କୁମାରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଏ ନେଇ ଜିଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରାଯିବ। ବୈଠକରେ ଶ୍ରୀମନ୍ଦିର ଦର୍ଶନ ସ୍ବାଭାବିକ କରିବାକୁ ଦାବି ଉଠାଇବାକୁ ପ୍ରସ୍ତୁତି ଚାଲିଛି। ସଂକ୍ରମଣ ସ୍ଥିତିକୁ ଦେଖି କଟକଣା କେବେ ହଟିବ ସେନେଇ ଛତିଶା ନିଯୋଗ ବୈଠକ ନିଷ୍ପତ୍ତି ନେବ । ତେବେ ଖୁବ୍ଶୀଘ୍ର ଭକ୍ତଙ୍କ ପାଇଁ ପ୍ରବେଶ କଟକଣା ହଟିବା ନେଇ ଆଶା କରାଯାଉଛି। ବୈଠକରେ ବିଭିନ୍ନ ସେବାୟତ ନିଯୋଗର ସେବାୟତ ପ୍ରତିନିଧି ଓ ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ରହିବେ।
ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ନେଇ ଜାନୁୟାରୀ ୧୦ରୁ ୩୧ ଯାଏ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ।