ଶ୍ରୀମୟୀ ମିଶ୍ର ହେବେ ଭୁବନେଶ୍ୱର ଏମ୍‌ପି ପ୍ରାର୍ଥୀ! ପାଟ୍ଟଶାଣୀ କହିଲେ- ‘ଦଳ ସେ ଭୁଲ୍‌ କରିବନି’

ଭୁବନେଶ୍ୱର,୧୬।୧୨: ଭୁବନେଶ୍ୱର ଲୋକ ସଭା ଆସନ ପାଇଁ  ବିଜେଡିରୁ  ଶ୍ରୀମୟୀ ମିଶ୍ରଙ୍କୁ  ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଏମ୍‌ପି ପ୍ରାର୍ଥୀ ଭାବେ ବାଛିଥିବା ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି । ସେ କହିଥିଲେ  ଶ୍ରୀମୟୀଙ୍କୁ  ପ୍ରାର୍ଥୀ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି ।
ଅନ୍ୟପକ୍ଷେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱରର ପୂର୍ବତନ ଏମ୍‌ପି ପ୍ରସନ୍ନ ପାଟ୍ଟଶାଣୀ।  ସେ କହିଛନ୍ତି ଦଳ ସେ ଭୁଲ କରିବ ନାହିଁ।  କେତେ ଏମିତି ଆସିବେ  ଆଉ  ଯିବେ, ଆମେ ଲୋକଙ୍କ ସହ ଅଛୁ।  ଲୋକଙ୍କ ସହ ଯିଏ ଥାଏ ତାର ପରାଜୟ ହୁଏନି, ମୁଁ କେବେ ହାରିନି। ପୂର୍ବଥର ମୋତେ ଟିକେଟ୍‌ ଦେଇଥିଲେ  ମୁଁ ବହୁ ଭୋଟ୍‌ରେ ଜିତିଥାନ୍ତି। ଯଦି ତାଙ୍କୁ ଟିକେଟ୍‌ ଦେଲେ  ତେବେ ଭଲ କଥା। କିନ୍ତୁ ମୋର ବିଶ୍ୱାସ ଅଛି ଦଳ ଏ ଭୁଲ୍‌ କରିବ ନାହିଁ । ଦଳ ଥରେ ଭୁଲ୍‌ କରିଥିଲା ଯେଉଁ ଅବସ୍ଥା ହେଲା ଜାଣିଛ ବୋଲି ପାଟ୍ଟଶାଣୀ କହିଛନ୍ତି।
Share