ମଧୁର ପାଣିରେ ମାଛ ଅପେକ୍ଷା ଚିଙ୍ଗୁଡ଼ି ଚାଷ ଅଧିକ

କେନ୍ଦ୍ରାପଡା, ୨୨।୧୧ (ଜଗନ୍ନାଥ ଧଳ): ଲୁଣି ମାଛ ରପ୍ତାନୀ କ୍ଷେତ୍ରରେ ଓଡ଼ିଶାର ଚାହିଦା ବଢ଼ିଛି। ୧୦ବର୍ଷ ମଧ୍ୟରେ ଏହା ୭୪୭ ପ୍ରତିଶତକୁ ବୃଦ୍ଧି ପାଇଛି। ୨୦୧୧- ୧୨ ଆଥିକ ବର୍ଷରେ ୧୧,୪୬୦ ମେଟ୍ରିକ ଟନ ଲୁଣି ମାଛ ରପ୍ତାନୀ ହୋଇଥିବା ବେଳେ ୨୦୨୨-୨୩ ଆର୍ଥିକ ବର୍ଷରେ ଏହା ୯୭,୧୨୫ ମେଟ୍ରିକ ଟନକୁ ବୃଦ୍ଧି ପାଇଛି। ୫୮୬୦ ହେକ୍ଟର ଅଞ୍ଚଳ ପୂର୍ବରୁ ଚାଷ ହେଉଥିବା ବେଳେ ଏହା ଏବେ ୧୭,୭୮୦ ହେକ୍ଟର ଅଞ୍ଚଳକୁ ବୃଦ୍ଧି ପାଇଛି। ଏହାକୁ ଆହୁରି ପ୍ରସାର ପାଇଁ ସ୍ବୟଂ ସହାୟକ ଗୋଷ୍ଠୀ, ସ୍ଥାନୀୟ ମତ୍ସ୍ୟଚାଷୀ, ସମବାୟ ସମିତି, ମହିଳା ସମବାୟ, କର୍ମ ନିଯୁକ୍ତି ଆଶାୟୀ ଶିକ୍ଷିତ ବ୍ୟକ୍ତି ଆଦିଙ୍କୁ ପ୍ରୋତ୍ସାହିତ କରାଯାଉଛି। କେନ୍ଦ୍ରାପଡ଼ା ଜିଲାରେ ମଧୁର ଜଳ ମାଛ ଚାଷ ଅପେକ୍ଷା ଚିଙ୍ଗୁଡି ଚାଷ ପ୍ରତି ଅଧିକ ଚାଷୀ ଆଗ୍ରହୀ ହୋଇଛନ୍ତି। ଅପରପକ୍ଷରେ ବେଆଇନ ଚାଷକୁ ବନ୍ଦ କରିବା ପାଇଁ ଉଚ୍ଚ ନ୍ୟାୟାଳୟ ପକ୍ଷରୁ ତାଗିଦ କରାଯାଉଛି। ଏପରିକି ଡ୍ରୋନ ସାହାର୍ଯ୍ୟରେ ଘେରି ନିର୍ଣ୍ଣୟ କରିବାକୁ ଇତିମଧ୍ୟରେ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଆସିଛି। ତେବେ ଏହି ଜିଲାରେ ପ୍ରାୟ ୧୦ ହଜାର ଚାଷୀ ଚିଙ୍ଗୁଡି ଘେରି କରିଥିବା ଆକଳନ କରାଯାଉଛି। ସମୁଦ୍ରର ଲୁଣି ପାଣିକୁ ବ୍ୟବହାର କରି ଚିଙ୍ଗୁଡି ଚାଷକୁ ଚାଷୀ ମାତ୍ରାଧିକ ଗୁରୁତ୍ୱ ଦେଇଛନ୍ତି। ଫଳରେ ଜାତୀୟ ଉଦ୍ୟାନ ଭିତରକନିକାର ଆଦ୍ରଭୂମି ଏବେ ବିପଦରେ ପଡ଼ିଛି। ପ୍ରାୟ ୧୫ ହଜାର ହେକ୍ଟର ଅଞ୍ଚଳରେ ଚିଙ୍ଗୁଡି ଘେରି ରହିଛି ବୋଲି ପରିବେଶବିତମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି।
ପରିବେଶବିତ ହେମନ୍ତ କୁମାର ରାଉତ, ଅଶୋକ କୁମାର ସ୍ବାଇଁ, ପ୍ରଭୁପ୍ରସାଦ ମହାପାତ୍ର ପ୍ରମୁଖ କହିଛନ୍ତି, ଚିଙ୍ଗୁଡି ଘେରି ଜାତୀୟ ଉଦ୍ୟାନର ପରିବେଶକୁ ନଷ୍ଟ କରୁଛି। ଏଠାରୁ ନିର୍ଗତ ବର୍ଜ୍ୟ ରାସାୟନିକ ଜଳ ସମୁଦ୍ରରେ ମିଶି ସାମୁଦ୍ରିକ ପ୍ରାଣୀ ନଷ୍ଟ କରିବା ସହ ଆବାସସ୍ଥଳୀକୁ କ୍ଷତି କରୁଛି। ସବୁଜ ଗଛଲତା ନଷ୍ଟ ହେତୁ ବନ୍ୟ ପଶୁପକ୍ଷୀଙ୍କ ଆବାସସ୍ଥଳୀ ସୁରକ୍ଷିତ ନୁହେଁ। ଜାତୀୟଉଦ୍ୟାନ ଭିତରକନିକା ବଞ୍ଚାଇବାକୁ ହେଲେ ସରକାରୀ ଭାବେ ସ୍ବୀକୃତିପ୍ରାପ୍ତ ଚିଙ୍ଗୁଡି ଘେରିକୁ ବନ୍ଦ କରିବାକୁ ପଡ଼ିବ। ଏହି ଘେରିକୁ ସରକାରୀ ସୁରକ୍ଷା ମିଳୁ ଥିବାରୁ ବେଆଇନ ଭାବେ ଅନ୍ୟ ଚାଷୀ ଘେରି ପାଇଁ ଉତ୍ସାହିତ ହୋଇ ପଡୁଥିବା ସେମାନେ ପ୍ରକାଶ କରିଛନ୍ତି। ଅପରପକ୍ଷରେ ମା’ ମାଟିଆ ମଙ୍ଗଳା ଚିଙ୍ଗୁଡି ଚାଷୀ ମହାସଂଘର ସଭାପତି ଅମର କୁମାର ପ୍ରଧାନ କହିଛନ୍ତି, ସରକାରଙ୍କ ପକ୍ଷରୁ ଆତ୍ମ ନିଯୁକ୍ତି ପାଇଁ ବିଭିନ୍ନ ଯୋଜନା କରାଯାଉଛି। ଚିଙ୍ଗୁଡି ଚାଷ ଏକ ଲାଭଜନକ ବ୍ୟବସାୟ ହୋଇଥିବା ବେଳେ ଜିଲାର ପ୍ରାୟ ୧୦ ହଜାର ଯୁବକ ଏଠାରେ କର୍ମନିଯୁକ୍ତି ପାଉଛନ୍ତି। ସରକାରଙ୍କ ଗାଇଡଲାଇନ ଅନୁଯାୟୀ ଚାଷ ହେଉଛି। ନଦୀ ପାଖରେ, ସରକାରୀ ଜମିରେ ଓ ଜଙ୍ଗଲ ଜମିରେ ଏହି ଚାଷ କରାଯାଉନାହିଁ। ଏଥିପାଇଁ ସମସ୍ତ ଘେରିକୁ ବେଆଇନ କହି ଉଚ୍ଛେଦ ଦ୍ୱାରା ଜିଲାର ଆର୍ଥିକ ବିକାଶରେ ଅବନତି ହେବ ବୋଲି ସେ ଦର୍ଶାଇଛନ୍ତି। ଏ ସମ୍ପର୍କରେ ଜିଲା ମତ୍ସ୍ୟ ସମ୍ପ୍ରସାରଣ ବିଭାଗ ଅଧିକାରୀ ଶଶାଙ୍କ ଶେଖର ସାହୁଙ୍କୁ ପଚାରିବାରେ ଜିଲାର ସମସ୍ତ ଚିଙ୍ଗୁଡି ଘେରି ବେଆଇନ ନୁହେଁ। କେତେକ ଚାଷୀ ଓ ସ୍ବୟଂ ସହାୟକ ଗୋଷ୍ଠୀକୁ ଏହି ଚାଷ ପାଇଁ ବିଭାଗ ପକ୍ଷରୁ ଅନୁମତି ମିଳିଛି। ଏହି ଚାଷ ପାଇଁ ଶତାଧିକ ଆବେଦନ ପତ୍ର ଆସିଥିଲେ ମଧ୍ୟ ଏହାକୁ ଅଦ୍ୟାବଧି ମଞ୍ଜୁରୀ ମିଳିନାହିଁ। ବେଆଇନ ଭାବେ ଗଢ଼ି ଉଠିଥିବା ଚିଙ୍ଗୁଡି ଘେରିର ଚିହ୍ନଟ ପାଇଁ ସ୍ଥାନୀୟ ତହସିଲଦାରଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଶାଧୂପରୁ ଶ୍ୱାସରୁଦ୍ଧ ହୋଇ ମା’-ଝିଅ ସମେତ ୩ ଅସୁସ୍ଥ

ତିହିଡ଼ି,୨୭ା୧୦(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ କାଁପଡା ପଞ୍ଚାୟତ ଅଧୀନ ଦକ୍ଷିଣପାରି ଗ୍ରାମରେ ମଶାଧୂପରେ ଶ୍ୱାସରୁଦ୍ଧ ହୋଇ ମା-ଝିଅ ସମେତ ୩ଜଣ ଅସୁସ୍ଥ ହୋଇଛନ୍ତି।...

କୋରାପୁଟରେ ଜାତୀୟସ୍ତରୀୟ ଆଦିବାସୀ ମହୋତ୍ସବ, ବାଦ୍ୟର ତାଳେ ତାଳେ ଝୁମିଲେ…

କୋରାପୁଟ,୨୭ା୧୦(ଅମିତାଭ ବେହେରା): ରବିବାର କୋରାପୁଟ ଜିଲାର ସେମିଲିଗୁଡା ବ୍ଲକର ଦୁଧାରୀ ଗ୍ରାମର ମା’ ମାଉଲିମା ମନ୍ଦିରରୁ ପୂଜାର୍ଚ୍ଚନା ପରେ ଅନୁଷ୍ଠାନିକ ଭାବେ ଜାତୀୟସ୍ତରୀୟ ଆଦିବାସୀ ମହୋତ୍ସବ...

ଠେକୁଆ ଦେଖାଇବେ କହି ୭ବର୍ଷର କୁନି ଝିଅକୁ ବଳାତ୍କାର କଲେ ଜେଜେ ବୟସର  ବ୍ୟକ୍ତି: ମାଡ଼ି ବସିଲା ପୋଲିସ 

ଯାଜପୁର,୨୭।୧୦: ଯାଜପୁର ବରୀ-ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ୭ ବର୍ଷର ନାବାଳିକାଙ୍କୁ ବଳାତ୍କାରର ହୋଇଥିଲ। ଘଟଣାର ୪ ଦିନ ପରେ ଅଭିଯୁକ୍ତ କାଳିଆ ପରିଡାଙ୍କୁ ପୋଲିସ ଗିରଫ...

ସାନଖେମୁଣ୍ଡିରେ ଅନାସ୍ଥାକୁ ନେଇ ରାଜନୈତିକ ଛକାପଞ୍ଝା, ନାଏବ ସରପଞ୍ଚଙ୍କ ଘର ଉପରକୁ ବୋମାମାଡ଼

ଦିଗପହଣ୍ଡି,୨୭ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ସରପଞ୍ଚ ବର୍ଷା ସେଠୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ କେନ୍ଦ୍ରକରି ୨ ଗୋଷ୍ଠୀ ମଧ୍ୟରେ...

ସାଳନ୍ଦୀ-ନାଳିଆ ନଦୀରେ ବନ୍ୟା, ୬ ହଜାର ଲୋକ ପାଣିଘେରରେ

ତିହିଡ଼ି,୨୭ା୧୦(ସଞ୍ଜିତ ବଳ): ବାତ୍ୟା ଦାନା ପରେ ସାଳନ୍ଦୀ ଓ ନାଳିଆ ନଦୀରେ ବନ୍ୟା ଆସିଛି। ଯାହାଫଳରେ ଭଦ୍ରକ ଜିଲା ତିହଡ଼ି ବ୍ଲକ ଅଧୀନ ବିଲଣା ଓ...

ମଦ ପିଇବା ପାଇଁ ସ୍ତ୍ରୀଙ୍କୁ ଟଙ୍କା ମାଗିଲେ ସ୍ବାମୀ, ନ ଦେବାରୁ ନେଲେ ଏମିତି ପଦକ୍ଷେପ…

ତୁମୁଡ଼ିବନ୍ଧ,୨୭ା୧୦(ଦୀପକ କୁମାର ପରାସେଠ): ନୃଶଂସ ସ୍ବାମୀଙ୍କର ଅମାନୁଷିକ କାଣ୍ଡ। ମଦ୍ୟପାନ ପାଇଁ ସ୍ବାମୀ ଟଙ୍କା ମାଗିବା ପରେ ସ୍ତ୍ରୀ ଟଙ୍କା ନ ଦେବାରୁ ଛୁରିରେ ସ୍ତ୍ରୀଙ୍କ...

ବାତ୍ୟା ଆଶ୍ରୟସ୍ଥଳ ଛାତରୁ ଖସି ୫ ବର୍ଷୀୟା ଝିଅଙ୍କ ମୃତ୍ୟୁ ଅଭିଯୋଗ

ଝରିଗାଁ,୨୭।୧୦(କିଶୋର ଚନ୍ଦ୍ର ମଣ୍ତଳ)ନବରଙ୍ଗପୁରରୁ ଭୁବନେଶ୍ୱର ଯାଇ କାମ କରୁଥିବା ଏକ ଦମ୍ପତିଙ୍କ ୫ ବର୍ଷୀୟା ଝିଅ ଶୁକ୍ରବାର ଏକ ବାତ୍ୟା ଆଶ୍ରୟସ୍ଥଳ ଛାତରୁ ଖସି ପ୍ରାଣ...

ବିଜେଡି ବିଧାୟକଙ୍କୁ ଅଣଦେଖା: ଗଣେଶ୍ୱର

କେନ୍ଦ୍ରାପଡ଼ା,୨୭ା୧୦(ଜଗନ୍ନାଥ ଧଳ)ବାତ୍ୟା ‘ଦାନା’ ପ୍ରଭାବରେ କ୍ଷୟକ୍ଷତିର ଆକଳନ ଚାଲିଛି। ଏହି ସମୟରେ ଶାସକ ଓ ବିରୋଧୀ ଦଳର କଳି ଆରମ୍ଭ ହୋଇଛି। ବାତ୍ୟା ପରିଚାଳନାରେ ଶାସକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri