ରାଜକନିକା,୮ା୫ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ପଶ୍ଚିମ କନିକା ଅଞ୍ଚଳର ହାଟସାହି ପଞ୍ଚାୟତ ହାଟସାହି ଓ ବଟରପଡ଼ା ମୌଜାରେ ଗଢି ଉଠିଥିବା ବେଆଇନ ଚିଙ୍ଗୁଡ଼ି ଘେରିଗୁଡ଼ିକ ରବିବାର ଉଚ୍ଛେଦ କରାଯାଇଛି। ଘେରି ପାଇଁ ୨ ବର୍ଷ ହେବ ସାଧାରଣ ଚାଷୀଙ୍କ ଜୀବନଜୀବିକାକୁ ପ୍ରଭାବିତ କରୁଥିଲା। ଏ ନେଇ ଚାଷୀମାନେ ବୈଠକ, ଆନ୍ଦୋଳନ ପରେ ଏପ୍ରିଲ୍‌ ୨୦ରେ ଅନଶନରେ ବସିଥିଲେ। ପ୍ରତିଶ୍ରୁତିରେ କନିକା ତହସିଲଦାର କହିଥିଲେ, ତଦନ୍ତ କରିବା ପରେ ନିଶ୍ଚୟ ବେଆଇନ୍‌ ଚିଙ୍ଗୁଡି ଘେରିଗୁଡ଼ିକ ଭଙ୍ଗାଯିବ। ତଦନ୍ତ ପରେ କନିକା ତହସିଲଦାର ଅଶୋକ କୁମାର ଦେହୁରୀଙ୍କ ନେତୃତ୍ୱରେ ବନ ବିଭାଗ, ମତ୍ସ୍ୟ ବିଭାଗ, ପୋଲିସଙ୍କ ମିଳିତ ସହଯୋଗ ତଥା ୩ଟି ଜେସିବି ସାହାଯ୍ୟରେ ୧୮ଟି ଚିଙ୍ଗୁଡ଼ି ଘେରି ଭଙ୍ଗା ଯାଇଛି। ଅନ୍ୟ ୨ଟି ଅଦାଲତଙ୍କ ଷ୍ଟେ ଥିବା ଜଣାପଡ଼ିଛି। ତେବେ ଏହି ଉଚ୍ଛେଦ ପରେ ଚାଷୀମାନେ ଖୁସିବ୍ୟକ୍ତ କରିବା ସହ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି।

Share