Categories: ଜାତୀୟ

୩ ଭାଜପା ନେତାଙ୍କୁ ହତ୍ୟା କରିଥିବା ଆତଙ୍କବାଦୀ ନିପାତ

ଶ୍ରୀନଗର,୧।୧୧: ଜମ୍ମୁ-କଶ୍ମୀରରେ ପୋଲିସ ଏବଂ ସୁରକ୍ଷା ବାହିନୀ ମିଳିତ ଅପରେସନରେ ହିଜବୁଲ ମୁଜାହିଦ୍ଦିନ ମୁଖ୍ୟ କମାଣ୍ଡର ସୈଫୁଲ୍ଲା ନିହତ ହୋଇଛନ୍ତି। ଜମ୍ମୁକଶ୍ମୀରର ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଦିଲବାଗ ସିଂଙ୍କ ଅନୁଯାୟୀ କିଛି ଦିନ ପୂର୍ବରୁ ଭାରତୀୟ ଜନତା ପାର୍ଟିର ୩ଜଣ କମକର୍ତ୍ତାଙ୍କ ହତ୍ୟା ପଛରେ ସୈଫୁଲ୍ଲାଙ୍କ ହରାତ ଥିଲା। ୭୨ ଘଣ୍ଟା ମଧ୍ୟରେ ସେନା ଭାଜପା ନେତାଙ୍କ ହତ୍ୟାକାରୀଙ୍କ କାମ ଶେଷ କରି ଦେଇଛି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଶ୍ରୀନଗର ଜଲାର ରଙ୍ଗରେତ୍‌ ଅଞ୍ଚଳରେ ଏକ ଏନକାଉଣ୍ଟରରେ ସୈଫୁଲ୍ଲା ନିହତ ହୋଇଛନ୍ତି। ତାଙ୍କର ଜଣେ ସାଥୀଙ୍କୁ ସେନାକୁ ଜୀବିତ ଧରିବାରେ ସଫଳ ହୋଇଛି। ରିୟାଜ ନାଇକୁୁ ନିହତ ହେବା ପରେ ପରେ ହିଜବୁଲର ମୁଖ୍ୟ କମାଣ୍ଡର ଭାବେ ଚଳିତ ବର୍ଷ ସୈଫୁଲ୍ଲାଙ୍କୁ ନିଯୁକ୍ତ କରାଯାଇଥିଲା। ଏବେ ମଧ୍ୟ ରଙ୍ଗ୍‌ରେତ୍‌ରେ ସେନାର ସର୍ଚ୍ଚ ଅପରେସନ ଜାରି ରହିଛି।

Share