ମାଧୁରୀଙ୍କୁ ଏମିତି ହୃଦୟ ଦେଇଥିଲେ ଶ୍ରୀରାମ

ମୁମ୍ବାଇ: ଧକ୍‌ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତ ଏବଂ ଡକ୍ଟର ଶ୍ରୀରାମ ନେନେ ୨୧ ବର୍ଷରୁ ଅଧିକ ସୁଖୀ ଦାମ୍ପତ୍ୟ ଜୀବନ ଅତିବାହିତ କରୁଛନ୍ତି। ଉଭୟ ପରସ୍ପର ବିଷୟରେ କଥାବାର୍ତ୍ତା କରିବାରେଳ ସବୁବେଳ ପାଇଁ ସକରାତ୍ମକ ଏବଂ ଅତ୍ୟଧିକ ଭଦ୍ର ଅଟନ୍ତି। ମାଧୁରୀ ଆମେରିକାରେ ତାଙ୍କ ସ୍ବାମୀଙ୍କ ସହ ଜଣେ ଗୃହିଣୀ ଭାବରେ ନିଜର ବୈବାହିକ ଜୀବନର ଅନେକ ବର୍ଷ ଅତିବାହିତ କରିଛନ୍ତି। ଦୁହେଁ ବର୍ତ୍ତମାନ ଭାରତ ଫେରି ମୁମ୍ବାଇରେ ରହୁଛନ୍ତି। ସେମାନେ ପ୍ରତ୍ୟେକ ପଦକ୍ଷେପରେ ପରସ୍ପରକୁ ବହୁତ ଭଲ ଭାବରେ ସମର୍ଥନ କରିଥାନ୍ତି। ଡକ୍ଟର ନେନେ ବିଭିନ୍ନ କାର୍ଯ୍ୟକ୍ରମରେ ମାଧୁରୀଙ୍କୁ ଉତ୍ସାହିତ କରୁଥିବା ଦେଖାଯାଏ।

ମାଧୁରୀ ୧୯୯୦ ଦଶକରେ ବଲିଉଡ୍‌ର ଜଣେ ଜଣାଶୁଣା ଅଭିନେତ୍ରୀ ଥିଲେ। ତାଙ୍କ ନାମ ଫିଲ୍ମ ଇଣ୍ଡଷ୍ଟ୍ରିର ବହୁ ପ୍ରସିଦ୍ଧ କଳାକାରଙ୍କ ସହ ଜଡ଼ିତ ଥିଲା କିନ୍ତୁ ତାହା ସଫଳ ହୋଇପାରିଲା ନାହିଁ। ଡକ୍ଟର ଶ୍ରୀରାମ ମାଧବ ନେନେ କାଲିଫର୍ନିଆର ଲସ୍‌ ଏଞ୍ଜେଲସରେ ଅବସ୍ଥିତ ଜଣେ ଭାରତୀୟ ଆମେରିକୀୟ ହୃଦ୍‌ରୋଗ ବିଶେଷଜ୍ଞ ତଥା ସର୍ଜନ ଥିଲେ।

ମାଧୁରୀ ତାଙ୍କ ମାତାପିତାଙ୍କୁ ତାଙ୍କ ବିବାହ ସ୍ଥିର କରିବାର ଦାୟିତ୍ୱ ଦେଇଥିଲେ। ଡ. ନେନେଙ୍କୁ ସେ ଠିକ୍‌ ମ୍ୟାଚ ପାଇଲେ ଏବଂ ବିବାହ ସ୍ଥିର କଲେ। ୧୭ ଅକ୍ଟୋବର ୧୯୯୯ରେ, ଦୁହେଁ ଆମେରିକାରେ ବିବାହ କରିଥିଲେ।

ବିବାହ ବନ୍ଧନରେ ଆବଦ୍ଧ ହେବା ସମୟରେ ଡକ୍ଟର ନେନେ ଜାଣି ନ ଥିଲେ ଯେ, ମାଧୁରୀ ବଲିଉଡ୍‌ର ଜଣେ ଏତେ ବଡ଼ ଅଭିନେତ୍ରୀ। ଡକ୍ଟର ନେନେ ଏକ ସାକ୍ଷାତକାରରେ କହିଛନ୍ତି, ତାଙ୍କର ଜଣେ ବନ୍ଧୁ ଉଭୟଙ୍କୁ ପରିଚିତ କରାଇଲେ। ଏହା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ୩ ମାସ ପରେ ସେମାନଙ୍କର ବିବାହ ସ୍ଥିର ହୋଇଥିଲା।

Share