ସାନ୍ତନୁଙ୍କ ପାଇଁ ବଦଳିଗଲେ ଶ୍ରୁତି

ମୁମ୍ବାଇ: ସାଉଥ୍‌ ଅଭିନେତ୍ରୀ ଶ୍ରୁତି ହାସନ ତାଙ୍କ ପୁରୁଷ ବନ୍ଧୁ ସାନ୍ତନ୍ତୁ ହାଜାରିକାଙ୍କ ଯୋଡିକୁ ସଭିଏଁ ପସନ୍ଦ କରନ୍ତି। ତେବେ ଦୁହିଁଙ୍କ ସମ୍ପର୍କକୁ ଏହା ମଧ୍ୟରେ ୩ ବର୍ଷ ବିତି ଗଲାଣି। ନିକଟରେ ଶ୍ରୁତି ହାସନ ଏକ ଇଣ୍ଟରଭ୍ୟୁରେ ତାଙ୍କ ପୁରୁଷ ବନ୍ଧୁଙ୍କୁ ନେଇ କିଛି କଥା ଶେୟାର କରିଛନ୍ତି। ସେ ସାନ୍ତନ୍ତୁଙ୍କୁ ଡେଟ୍‌ କରିବା ପରେ ସେ ସମ୍ପୂର୍ଣ୍ଣ ବଦଳିଯାଇଥିବା ସେ କହିଛନ୍ତି। ସେ ଦୁହେଁ ବେଷ୍ଟ ଫ୍ରେଣ୍ଡ୍‌ ବୋଲି କହିଛନ୍ତି। ସାନ୍ତନ୍ତୁ ଜଣେ ଶାନ୍ତ, ଦୟାଳୁ ଓ ଭାବପ୍ରବଣ ବ୍ୟକ୍ତି ଅଟନ୍ତି। ସେଥିପାଇଁ ସେ ସବୁବେଳେ ସାନ୍ତନ୍ତୁଙ୍କ ପ୍ରଶଂସା କରିବା ସହ ତାଙ୍କ ଭଳି ହେବାକୁ ଚେଷ୍ଟା କରନ୍ତି ବୋଲି କହିଛନ୍ତି। ତେବେ ଶ୍ରୁତି ତାଙ୍କ ପୁରୁଷ ବନ୍ଧୁ ସାନ୍ତନ୍ତୁଙ୍କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି।

Share