ଅଭିନେତ୍ରୀ ଶ୍ରୁତି ହାସନ ବିଶ୍ୱ ଜୁନୋସେସ୍ ଦିବସ ଅବସରରେ ଓ୍ବାଲର୍ଡ ଓ୍ବାଇଡ୍ ଫଣ୍ଡ(ଡବ୍ଲ୍ୟୁଡବ୍ଲ୍ୟୁଏଫ୍)ର ଭାରତୀୟ ବ୍ରାଣ୍ଡ ଆମ୍ବାସାଡର ନିଯୁକ୍ତ ହୋଇଛନ୍ତି। ପରିବେଶ ସଂରକ୍ଷଣ କଥା ସର୍ବଦା ଆମ ଭିତରେ ରହିବା ଉଚିତ। ପୃଥିବୀର ସୁରକ୍ଷା ସହ ଆମ ସୁରକ୍ଷା ଜଡ଼ିତ। ଡବ୍ଲ୍ୟୁଡବ୍ଲ୍ୟୁଏଫ୍ର ବ୍ରାଣ୍ଡ ଆମ୍ବାସାଡର ହେବା ସୌଭାଗ୍ୟର କଥା ବୋଲି ଶ୍ରୁତି କହିଛନ୍ତି। କଠିନ ପରିସ୍ଥିତି ଓ ସମସ୍ୟାବହୁଳ ଅଞ୍ଚଳରେ ମଧ୍ୟ ପ୍ରାକୃତିକ ପରିବେଶର ସଂରକ୍ଷଣ ପାଇଁ ଡବ୍ଲ୍ୟୁଡବ୍ଲ୍ୟୁଏଫ୍ ଇଣ୍ଡିଆ ପ୍ରତିବଦ୍ଧ ବୋଲି ସଙ୍ଗଠନର ସିଇଓ ରବି ସିଂ କହିଛନ୍ତି। ପ୍ରକୃତିର ପୁନରୁଦ୍ଧାର ଏବଂ ସୁରକ୍ଷା ଦିଗରେ ଅଂଶଗ୍ରହଣ ତଥା ସହଯୋଗ ପାଇଁ ଲୋକଙ୍କୁ ଉତ୍ସାହିତ କରିବାରେ ଶ୍ରୁତିଙ୍କ ପ୍ରଚେଷ୍ଟା ପ୍ରଶଂସାଯୋଗ୍ୟ ବୋଲି ସେ କହିଥିଲେ।