ଶ୍ରୁତିଙ୍କ ସ୍ପେଶାଲ ସଜବାଜ

କମଲ ହାସନ୍‌ଙ୍କ ତନୟା ଶ୍ରୁତି ହାସନ ଏବେ ସଜବାଜ ହେଉଛନ୍ତି। କାରଣ ଅତିଶୀଘ୍ର ସେ ଏକ ଆକ୍ସନଭିତ୍ତିକ ସିନେମାରେ ଅଭିନୟ କରିବେ। ତେଣୁ ଏବେଠାରୁ ସେ ଫାଇଟ୍‌ ସହ ଷ୍ଟଣ୍ଟ ଶଟ୍‌ ଅଭ୍ୟାସ କରୁଛନ୍ତି। ଅନ୍ୟପକ୍ଷରେ ସେ ନୂଆ ସିନେମା ‘ସଲାର୍‌’ର ନାୟିକା ଭୂମିକାରେ ଅଭିନୟ କରିବେ। ଏହି ଫିଲ୍ମର ନାୟକ ସାଜୁଛନ୍ତି ‘ବାହୁବଲି’ ଫେମ୍‌ ପ୍ରଭାସ। ତେବେ ଏପରି ଅଫର ସମ୍ପର୍କରେ ଶ୍ରୁତି କହନ୍ତି, ”ଏହି ଫିଲ୍ମଟି ତେଲୁଗୁ, ତାମିଲ, ମାଲାୟାଲମ ଏପରି କି ହିନ୍ଦୀ ଭାଷାରେ ନିର୍ମିତ ହେବ। ତେଣୁ ଏପରି ଏକ ମଲ୍‌ଟି ଲାଙ୍ଗୁଏଜ୍‌ ଫିଲ୍ମରେ ଆକ୍ଟିଂ କରିବା ସୁଯୋଗକୁ ହାତଛଡ଼ା କରିବା ଠିକ୍‌ ନୁହେଁ ବୋଲି ଭାବିଥିଲି। ପୁଣି ଏହାର ମୁଖ୍ୟ ଭୂମିକାରେ ପ୍ରଭାସ ଅଭିନୟ କରିବେ। ଏହି ଫିଲ୍ମଟି ମୋ କ୍ୟାରିୟର ପାଇଁ ମାଇଲେଜ୍‌ ସାବ୍ୟସ୍ତ ହେବ ବୋଲି ଆଶା ରଖିଛି।“ ତେବେ ଫିଲ୍ମ ଦୁଇଟିକୁ ନେଇ ଶ୍ରୁତି ବେଶ୍‌ ଆଶା ବାନ୍ଧିଛନ୍ତି। ତାଙ୍କର ଏହି ଆଶା କେତେ ସଫଳ ହେଉଛି ତାହା ଦେଖିବାକୁ ବାକି ରହିଲା।

Share