ଶୁଆକାଟି ଖଣି ଅଞ୍ଚଳ ରାସ୍ତା ଜାମ: ଯାତାୟତ ବ୍ୟାହତ

କେନ୍ଦୁଝର,୨୯।୭ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ଶୁଆକାଟି ଖଣି ଅଞ୍ଚଳରେ ରାସ୍ତାରେ ଟ୍ରକ ଛିଡା ହୋଇ ରହୁଥିବାରୁ ଯାତାୟାତ ବ୍ୟାହତ ହୋଇଛି। ଖଣି କତୃପକ୍ଷ ପାର୍କିଂ ବ୍ୟବସ୍ଥା କରୁ ନ ଥିବାରୁ ଟ୍ରକ ଗୁଡ଼ିକ ରାସ୍ତାରେ ଛିଡା ହୋଇ ରହିଛି। ଫଳରେ ବଂଶପାଳ ବ୍ଲକକୁ ସଂଯୋଗ କରୁଥିବା ରାସ୍ତା ଅନେକ ସମୟିରେ ଜାମ ହେବା ସହ ଏନଏଚ୍‌ ୪୯ ରେ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛି। ଅନେକ ସମୟରେ ଦୁର୍ଘଟଣା ଘଟିବା ସହ ବିଶେଷ କରି ଛୋଟ ଛୋଟ ପିଲା ସ୍କୁଲ ଯିବା ଆସିବାରେ ସମସ୍ୟା ଭୋଗୁଛନ୍ତି।

Share