Categories: ଖେଳ

ଶୁଭମ ପ୍ରତୀକ ମିଶ୍ର ଚାମ୍ପିୟନ

ଭୁବନେଶ୍ୱର,୨୮ା୮(ସରୋଜ ଜେନା): କଳିଙ୍ଗ ନଗର ସ୍ଥିତ ଡିଏଭି ପବ୍ଲିକ୍‌ ସ୍କୁଲ ପରିସରରେ ଆୟୋଜିତ ୧୯ତମ ରାଜ୍ୟ ସ୍କୁଲ ଓପନ ଚେସ୍‌ ଚାମ୍ପିୟନଶିପ୍‌ରେ ଶୁଭମ ପ୍ରତୀକ ମିଶ୍ର ଚାମ୍ପିୟନ ଆଖ୍ୟା ଅର୍ଜନ କରିଛନ୍ତି। ୬ ରାଉଣ୍ଡର ମ୍ୟାଚ୍‌ ପରେ ଲୟୋଲା ସ୍କୁଲର ଶୁଭମ ପ୍ରତୀକ ୬ ପଏଣ୍ଟ ସହ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲେ। କେନ୍ଦ୍ରୀୟ ବିଦ୍ୟାଳୟ-୧ର ଆଦର୍ଶ କୁମାର ବରିହା ୫ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ପୋଖରୀପୁଟ ଡିଏଭି ସ୍କୁଲର ଶ୍ରେୟସ୍‌ କୁମାର ବେହୁରିଆ ସମାନ ୫ ପଏଣ୍ଟ ସ୍କୋର କରିଥିଲେ ମଧ୍ୟ ତୃତୀୟ ସ୍ଥାନରେ ରହିଛନ୍ତି। ୭ ବର୍ଷରୁ କମ୍‌ ବୟସ ବର୍ଗରେ ଦିବ୍ୟାଂଶ ମହାନ୍ତି, ୯ ବର୍ଷରୁ କମ୍‌ ବୟସ ବର୍ଗରେ ଶ୍ରେଜଲ ସେନାପତି, ୧୧ ବର୍ଷରୁ କମ୍‌ ବୟସ ବର୍ଗରେ ନୈନିକା ସାହୁ, ୧୩ ବର୍ଷରୁ କମ୍‌ ବୟସ ବର୍ଗରେ ମିତ୍ରଭାନୁ ଖଟୁଆ ଓ ବାଳିକା ବର୍ଗରେ ନିୟତି ନିହାରିକା ମହାପାତ୍ର ପ୍ରଥମ ସ୍ଥାନ ହାସଲ କରିଥିଲେ।
ପୁରସ୍କାର ପ୍ରଦାନ ଉତ୍ସବରେ ଓଡ଼ିଶା ଚେସ୍‌ ଆସୋସିଏଶନ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଡିଏଭି କଳିଙ୍ଗ ନଗରର ଏକାଡେମିକ୍‌ ସୁପର ଭାଇଜର ଶର୍ମିଳା ଦାଶ, ପିଇଟି ମୁଖ୍ୟ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ବରିଷ୍ଠ କ୍ରୀଡା ବିଭାଗ ଶିକ୍ଷକ ଏ. ରବି ଶଙ୍କର ଓ ମୁଖ୍ୟ ଲାଇବ୍ରେରିଆନ ସୁଜାତା ଦାସ ପ୍ରମୁଖ ଯୋଗ ଦେଇଥିଲେ।

Share