ତୁଟିଲା ୧୯ ବର୍ଷର ସମ୍ପର୍କ, ସ୍ବାମୀଙ୍କଠାରୁ ଅଲଗା ହେଲେ ଏହି ଅଭିନେତ୍ରୀ

ବମ୍ବେ: ବିବାହର ୧୯ ବର୍ଷ ପରେ ହେଲା ବାଟ ଅଲଗା। ଆମେ କଥା ହେଉଛୁ ‘ଭାବିଜୀ ଘର ପେ ହୈ’ର ଅଭିନେତ୍ରୀ ଶୁଭାଙ୍ଗୀ ଆତ୍ରେଙ୍କ ବିଷୟରେ। ସ୍ବାମୀ ପୀୟୁଷ ପୁରୀଙ୍କ ସହ ସେ ସମସ୍ତ ସମ୍ପର୍କ ଛିନ୍ନ କରିଛନ୍ତି। ଦୁହେଁ ବର୍ଷେ ହେଲାଣି ପରସ୍ପରଠାରୁ ଅଲଗା ରହୁଥିଲେ। ଏହି ସମୟରେ ତାଙ୍କ ଭିତରେ ଥିବା ମତଭେଦର ସମାଧାନ ହୋଇପାରି ନ ଥିଲା। ଏଣୁ ସେମାନେ ଜୀବନରେ ଆଗକୁ ବଢ଼ିବା ଳାଗି ଛାଡ଼ପତ୍ର ନେଇଥିବା ଶୁଭାଙ୍ଗୀ କହିଛନ୍ତି।

୨୦୦୬ରେ ‘କସୌଟି ଜିନ୍ଦେଗୀ କି’ରୁ ଅଭିନୟରେ ଡେବ୍ୟୁ କରିଥିଲେ ଶୁଭାଙ୍ଗୀ। ଏହାପରେ ସେ କସ୍ତୁରୀ, ଚିଡିଆ ଘର ଭଳି ଶୋ’ରେ କାମ କରିଥିଲେ। ତେବେ ୨୦୦୩ରେ ଶୁଭାଙ୍ଗୀ ଇନ୍ଦୋରରେ ପୀୟୁଷଙ୍କୁ ବିବାହ କରିଥିଲେ। ବିବାହର ଦୁଇ ବର୍ଷ ପରେ ଶୁଭାଙ୍ଗୀ ଏକ ଝିଅଙ୍କୁ ଜନ୍ମ ଦେଇଥିଲେ। ଏବେ ଝିଅ ଆଶି ତାଙ୍କ ସହ ରହୁଛନ୍ତି।

Share