ଶୁଭଶ୍ରୀ ଆତ୍ମହତ୍ୟା ମାମଲା: ଲାଷ୍ଟ ସିନ୍‌ ଦେଖାଇଲେ ଚିତ୍ତ

ଭୁବନେଶ୍ୱର,୩।୯(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ଶାସ୍ତ୍ରୀନଗରରେ ରହୁଥିବା ଶୁଭଶ୍ରୀ ମହାପାତ୍ର ଆତ୍ମହତ୍ୟା ଘଟଣାରେ ଶନିବାର ଶାସ୍ତ୍ରୀନଗର ଘରେ ପୋଲିସ ସିନ୍‌ ରିକ୍ରେସନ କରିବ। ପୁରୁଷବନ୍ଧୁ ଚିତ୍ତ ଲାଷ୍ଟ ସିନ ଦେଖାଇଛନ୍ତି। ସନ୍ଦେହରୁ ଝଗଡ଼ା, ପରେ ଆତ୍ମହତ୍ୟା କରିଥିବା କମିଶନରେଟ ପୋଲିସ ଏପରି ତଥ୍ୟ ରଖିଛନ୍ତି।
ଚିତ୍ତ ଅନ୍ୟ ଯୁବକଙ୍କ ସହ ଶୁଭଶ୍ରୀଙ୍କୁ ଦେଖି ସନ୍ଦେହ ଦୃଷ୍ଟିରେ ଦେଖୁଥିଲେ। ଏ ନେଇ ଦୁହିଁଙ୍କ ମଧ୍ୟରେ ଝଗଡ଼ା ଓ ମାରପିଟ୍‌ ହେଉଥିଲା, ଯାହାକୁ ସହିନପାରି ଶୁଭଶ୍ରୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିବା ଡିସିପି ପ୍ରତୀକ ସିଂ କହିଛନ୍ତି। ଏ ନେଇ ଖାରବେଳନଗର ଥାନାରେ ଚିତ୍ତଙ୍କୁ ଅଟକ ରଖାଯାଇଛି।

Share