ଲକ୍ଷ୍ମୀ ପୂଜା ପାଇଁ ସ୍ଥାପନ ହେଲା ଶୁଭଖୁଣ୍ଟି

ଦାରିଙ୍ଗବାଡି, ୨୪।୯ (ଅରୁଣ ସାହୁ): ଆସିଲା ପାର୍ବଣ ଋତୁ। ଏଥିପାଇଁ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଧୀରେ ଧୀରେ ଉତ୍ସବ ମୁଖର ହେବାରେ ଲାଗିଛି। ଦଶହରା ଓ ଲକ୍ଷ୍ମୀପୂଜା ପାଇଁ ଦାରିଙ୍ଗବାଡି ଓ ଏହାର ଆଖପାଖରେ ଶୁଭଖୁଣ୍ଟି ସ୍ଥାପନ କରି ପ୍ରସ୍ତୁତି ଆରମ୍ଭ ହୋଇଛି। ମଙ୍ଗଳବାର ଦାରିଙ୍ଗବାଡି ପଞ୍ଚାୟତ ତୁଡୁକିବାଡି ଗ୍ରାମରେ ଦ୍ୱିତୀୟ ବର୍ଷ ଲକ୍ଷ୍ମୀପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି ଏଥିପାଇଁ ଗ୍ରାମଦେବତା ମା’ ପଟ୍ଟାଖଣ୍ଡାଙ୍କ ସମେତ ସମସ୍ତ ଦେବୀଦେବତାଙ୍କୁ ପୂଜାର୍ଚ୍ଚନା କରାଯାଇ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି।

ପ୍ରଭଞ୍ଜନ ନାୟକଙ୍କ ଆବାହନ କ୍ରମେ କମିଟିର ସଭାପତି ଝପର ନାୟକ, ମ୍ୟାନେଜର ବରୁଣ ଦଳବେହେରା, ମହେଶ୍ୱର ମଲିକ, ଅସିତ ମଲିକ, ଅନିଲ ମଲିକ,ଅଜୟ ମଲିକ, ସୁନୀଲ ପ୍ରଧାନ, ଶକ୍ତି ମଲିକ, ଶଙ୍କର ମାଳ ବିଶୋଇ, ସିଲନ ଦଳବେହେରା, ବରନିଧି ମଲିକ, ମୁନା ନାୟକ,ଗୋବିନ୍ଦ ଦିଗାଲଙ୍କ ସମେତ ଗ୍ରାମର ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସରିଲା ବାଲିଯାତ୍ରା: ଶେଷଦିନରେ ଭକ୍ତଙ୍କ ପ୍ରବଳ ଭିଡ଼

ଦାରିଙ୍ଗବାଡି, ୨୪।୯ (ଅରୁଣ ସାହୁ: ବିଶ୍ୱାସ ଅଛି ବାଲିଯାତ୍ରା ହେଲେ ଶୀତ ଆସେ। ଆଉ ବାଲିଯାତ୍ରା ସମୟରେ ପ୍ରବଳ ବର୍ଷା ହେବାର ନଜିର ରହିଛି। ଏହା...

ଜରାଜୀର୍ଣ୍ଣ ଅବସ୍ଥାରେ ବଡ଼ ଶଙ୍ଖ ଯାତ୍ରୀ ବିଶ୍ରାମାଗାର

ବ୍ରାହ୍ମଣୀଗାଁ,୨୪।୯:ସରକାର ଲୋକଙ୍କ ହିତ ପାଇଁ ଅଜସ୍ର ଟଙ୍କା ଖର୍ଚ୍ଚ କରୁଥିବାବେଳେ ବ୍ରାହ୍ମଣୀଗାଁରେ ଚିତ୍ର କିଛି ଓଲଟା ରହିଛି। ବ୍ରାହ୍ମଣୀଗାଁ ଥାନା ଅଧୀନସ୍ଥ ବଡ଼ଶଙ୍ଖ ଛକ ନିକଟରେ...

ତିରୁପତି ପରେ ଶ୍ରୀମନ୍ଦିର? ଜିଲାପାଳଙ୍କ ବଡ଼ ସୂଚନା…

ପୁରୀ,୨୪।୯: ତିରୁପତି ପ୍ରସାଦ ଲଡୁରେ ନକଲି ଘିଅ ବ୍ୟବହାର ନେଇ ଜାତୀୟ ରାଜନୀତି ଉଠୁଛି ପଡୁଛି। ପ୍ରମାଣ ମିଳିଛି ଯେ, ତିରୁପତିଙ୍କ ଲଡୁରେ ବ୍ୟବହାର ହେଉଥିବା...

ଭତ୍ତା ଆଣିବାକୁ ଗୁରୁଣ୍ଡି ଗୁରୁଣ୍ଡି ପଞ୍ଚାୟତ ଅଫିସ୍‌ ଗଲେ ବୃଦ୍ଧା

କେନ୍ଦୁଝର,୨୪।୯(ନରେଶ ଚନ୍ଦ୍ର ପଟ୍ଟନାୟକ):ସାମାଜିକ ସୁରକ୍ଷା ଭତ୍ତା ଟଙ୍କା ପାଇବା ପାଇଁ ଗୁରୁଣ୍ଡି ଗୁରୁଣ୍ଡି ଦୁଇ କିଲୋମିଟର ପଞ୍ଚାୟତକୁ ଗଲେ ବୃଦ୍ଧା। ଏମିତି ଏକ ଦୃଶ୍ୟ ଦେଖୁବାକୁ...

ଶିଶୁ, ପ୍ରସୂତି, ଗର୍ଭବତୀ ମା’ମାନଙ୍କ ଜୀବନ ସହ ଖେଳ, ଛତୁଆରେ ମିଶାଯାଉଛି…

ରାଜନଗର, ୨୪ା୯(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଅଞ୍ଚଳରେ କୋମଳମତି ଶିଶୁ, ପ୍ରସୂତି ଏବଂ ଗର୍ଭବତୀ ମା’ମାନଙ୍କ ଜୀବନ ସହ ଖେଳାଯାଉଛି। ପୁଷ୍ଟିକର ଛତୁଆ...

ଗାଁ ରାସ୍ତା ପାଇଁ ବିଡ଼ିଓଙ୍କୁ ଭେଟିଲେ ଡାକ୍ତରୀ ଛାତ୍ରୀ ଲିନ୍‌ସା

ଦାରିଙ୍ଗବାଡି, ୨୪।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବାଡାବାଙ୍ଗା ପଞ୍ଚାୟତ ର ଡାକ୍ତରୀ ଛାତ୍ରୀ ଲୀନ୍ସା ପ୍ରଧାନ ମଙ୍ଗଳବାର ସ୍ଥାନୀୟ ବିଡ଼ିଓ ଗଦାଧର ପାତ୍ରଙ୍କୁ...

ଗୋଟିଏ ଗଛରେ ଝୁଲିପଡିଲେ ପ୍ରେମୀଯୁଗଳ

ଉମରକୋଟ,୨୪।୯(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲା ରାଇଘର ବ୍ଳକ ଭୁରଖାମହୁଲି ଗାଁ ନିକଟରେ ଥିବା ଏକ ପିପଳି ଗଛ ଡାଳରେ ପ୍ରେମୀ ଯୁଗଳଙ୍କ ମୃତଶରୀର ଝୁଲନ୍ତା ଅବସ୍ଥାରେ ଥିବା...

ମା’ କଟକ ଚଣ୍ଡୀଙ୍କ ଷୋଡ଼ଶ ପୂଜା ଆରମ୍ଭ

କଟକ,୨୪ା୯: ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତଥା ମୂଳାଷ୍ଟମୀ ଦ୍ୱିତୀୟା ଓଷା ମଙ୍ଗଳବାରଠାରୁ ବିଭିନ୍ନ ଦେବୀ ପୀଠରେ ଷୋଡ଼ଶ ଦିନାତ୍ମକ ପୂଜା ଆରମ୍ଭ ହୋଇଯାଇଛି। ଏହି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri