Categories: ଖେଳ

ରୋହିତଙ୍କ ପରେ କିଏ ହେବେ ଅଧିନାୟକ? ଗମ୍ଭୀର ଦେଲେ ବଡ଼ ସଙ୍କେତ

ନୂଆଦିଲ୍ଲୀ,୧୯।୭: ରୋହିତ ଶର୍ମା ଏବଂ ବିରାଟ କୋହଲି ଟି -୨୦ ଫର୍ମାଟରୁ ଅବସର ନେବା ପରେ ଭାରତୀୟ କ୍ରିକେଟରେ ଉତ୍ତେଜନା ତୀବ୍ର ହୋଇଛି। ଶ୍ରୀଲଙ୍କା ଗସ୍ତ ପାଇଁ ସୂର୍ଯ୍ୟକୁମାର ଯାଦବଙ୍କୁ ଟି -୨୦ ଦଳର ଅଧିନାୟକ କରାଯାଇଛି, କିନ୍ତୁ ସମସ୍ତଙ୍କ ଆଖି ମଧ୍ୟ ଶୁବମାନ ଗିଲଙ୍କ ଉପରେ ରହିଛି। ଗିଲଙ୍କୁ କେବଳ ଟି -୨୦ ନୁହେଁ ବରଂ ଦିନିକିଆ ସିରିଜର ଉପ-ଅଧିନାୟକ ମଧ୍ୟ କରାଯାଇଛି। ଏହି ନିଷ୍ପତ୍ତି ପରେ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଗିଲଙ୍କୁ ଭାରତୀୟ ଦଳର ପରବର୍ତ୍ତୀ ଅଧିନାୟକ ଭାବରେ ବିଚାର କରୁଛନ୍ତି।

ଗୌତମ ଗମ୍ଭୀର ମୁଖ୍ୟ ପ୍ରଶିକ୍ଷକ ହେବା ମାତ୍ରେ ଲାଗୁଛି ଯେପରି ଶୁବମାନ ଗିଲଙ୍କ ସୁବର୍ଣ୍ଣ ଯାତ୍ରା ଆରମ୍ଭ ହୋଇଛି। ସେ ଟି -୨୦ ବିଶ୍ୱକପ୍‌ ପରେ ତୁରନ୍ତ ଜିମ୍ବାୱେ ଗସ୍ତରେ ଭାରତର ଅଧିନାୟକ ଭାବରେ ନିଯୁକ୍ତ ହୋଇଥିଲେ, ଯେଉଁଠାରେ ଦଳ ତାଙ୍କ ଅଧୀନରେ ୪-୧ ସିରିଜ ଜିତିଥିଲା। ତେବେ ରୋହିତ ଶର୍ମା ଶ୍ରୀଲଙ୍କା ବିପକ୍ଷ ଦିନିକଆ ମ୍ୟାଚରେ ଦଳର ଅଧିନାୟକ ହୋଇଛନ୍ତି ଏବଂ ତାଙ୍କ ଅଧୀନରେ ଖେଳିବା ଦ୍ୱାରା ଗିଲ ବହୁତ କିଛି ଶିଖିପାରିବେ । ତାଙ୍କୁ ମାତ୍ର ୨୪ ବର୍ଷ ବୟସ ଏବଂ ତାଙ୍କୁ ଶିଖିବାକୁ ବହୁତ ସମୟ ଅଛି। ତେଣୁ, ରୋହିତ ଶର୍ମା ସମ୍ପୂର୍ଣ୍ଣ ଅବସର ନେବା ବେଳକୁ ଗିଲ ପରିପକ୍ୱ ହୋଇଯାଇଥିବେ।

ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଣଦେଖା କରିଦିଆଯାଇଛି। କୁହାଯାଇଛି ଯେ ଫିଟନେସ, ବାରମ୍ବାର ଆଘାତ ଏବଂ କାର୍ଯ୍ୟଭାର ପରିଚାଳନା ତାଙ୍କୁ ଅଧିନାୟକତ୍ୱରୁ ଦୂରେଇ ନେଉଛି। ଅନ୍ୟପକ୍ଷରେ ରିଷଭ ପନ୍ତ ମଧ୍ୟ ଏକ ବଡ ତଥା ଉଦୀୟମାନ ନାମ, କିନ୍ତୁ ୨୦୨୨ରେ ଦୁର୍ଘଟଣା ପରେ ସେ ଟିମ ଇଣ୍ଡିଆରେ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପ୍ରବେଶ କରିପାରିନାହାଁନ୍ତି।

 

Share