Categories: ଖେଳ

ବିଶ୍ୱକପ୍‌ ଚାଲିଥିବାବେଳେ ସାରାଙ୍କ ସହ ପାର୍ଟି ଗଲେ ଶୁଭମନ

ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର ଶୁଭମନ ଗିଲ ଆଜିକାଲି ତାଙ୍କ ବ୍ୟାଟିଂ ଅପେକ୍ଷା ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କୁ ସେ ଡେଟ୍‌ କରୁଛନ୍ତି। ଯଦିଓ ଉଭୟ ଆନୁଷ୍ଠାନିକ ଭାବରେ ଏହା କହିନାହାନ୍ତି, କିନ୍ତୁ ଉଭୟଙ୍କୁ ଅନେକ ପାର୍ଟିରେ ଏକାଠି ଦେଖିବାକୁ ମିଳୁଛି। ନିକଟରେ ମୁମ୍ବାଇରେ ବିଳାସପୂର୍ଣ୍ଣ ମଲ ‘ଜିଓ ୱାଲର୍‌ଡ ପ୍ଲାଜା’ ଲଞ୍ଚ ଅବସରରେ ଉଭୟଙ୍କୁ ଦେଖିବାକୁ ମିଳିଥିଲା। ଏହାର ଭିଡିଓ ଏବେ ଭାଇରାଲ ହୋଇଛି।
ମଙ୍ଗଳବାର ରାତିରେ ମୁମ୍ବାଇରେ ବିଳାସପୂର୍ଣ୍ଣ ମଲ ‘ଜିଓ ୱାଲର୍‌ଡ ପ୍ଲାଜା’ ଲଞ୍ଚ କରାଯାଇଥିଲା। ଏହି ଅବସରରେ ବହୁ ବଡ ବ୍ୟକ୍ତିତ୍ୱ ସେଠାରେ ପହଞ୍ଚିଥିଲେ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ସାରା ଏବଂ ଶୁଭମନ ‘ଜିଓ ୱାଲର୍‌ଡ ପ୍ଲାଜା’ରେ ଇଭେଣ୍ଟରୁ ବାହାରକୁ ଆସୁଥିବା ନଜର ଆସିଛନ୍ତି। କିନ୍ତୁ କ୍ୟାମେରାମ୍ୟାନଙ୍କ ଆଖି ପଡ଼ିବା ମାତ୍ରେ ଶୁଭମନ ସେଠାରେ ଅଟକି ଯାଆନ୍ତି। ଏହା ପରେ ଉଭୟ ଅଲଗା ଭାବରେ ବାହାରକୁ ଯାଆନ୍ତି। ଏହାପୂର୍ବରୁ ସାରା ମଧ୍ୟ ଶୁଭମନଙ୍କୁ ଚିୟର କରିବା ପାଇଁ ଷ୍ଟାଡିୟମକୁ ଆସିଥିଲେ।

Share