ନୂଆଦିଲ୍ଲୀ,୨୪।୮: ନିକଟରେ ଟିମ୍ ଇଣ୍ଡିଆର ଷ୍ଟାର ଓପନର ଶୁଭମନ ଗିଲ ଜିମ୍ବାଓ୍ବେ ବିପକ୍ଷରେ ଖେଳାଯାଇଥିବା ଦିନିକିଆ ସିରିଜରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି। ଏହି ସିରିଜରେ ସେ କ୍ୟାରିୟରର ପ୍ରଥମ ଦିନିକିଆ ଶତକ ମାରି ସଚିନଙ୍କ ରେକର୍ଡ ଭାଙ୍ଗିଥିଲେ। ଏହାପରଠାରୁ ଶୁଭମନ ଏବଂ ସଚିନଙ୍କ ଝିଅ ସାରା ତେନ୍ଦୁଲକରଙ୍କ ନାମ ସୋସିଆଲ ମିଡିଆରେ ଟ୍ରେଣ୍ଡ ହେଉଛି। ମଜାଳିଆ ମେମେ ସହ ଉଭୟଙ୍କ ସମ୍ପର୍କକୁ ନେଇ ଅନେକ କିଛି ଶୁଣିବାକୁ ମିଳୁଛି। ସାରା ଏବଂ ଶୁଭମନ ପରସ୍ପରକୁ ଇନଷ୍ଟାଗ୍ରାମରେ ଅନ୍ଫଲୋ କରିଛନ୍ତି। ହେଲେ ସାରା ଶୁଭମନଙ୍କ ଉଭଣୀ ଶାହନୀଲ ଗିଲଙ୍କୁ ଏବେ ବି ଫଲୋ କରୁଛନ୍ତି। ଏମିତିରେ ଉଭୟଙ୍କ ବ୍ରେକ୍ଅପ୍ ହୋଇଛି କି ବୋଲି ଚର୍ଚ୍ଚା ହେଉଛି।
କହିରଖୁଛୁ, ଶୁଭମନ ଏବଂ ସାରାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ଶୁଣିବାକୁ ମିଳେ। ହେଲେ ଉଭୟ ଖୋଲାଖୋଲି କିଛି ସ୍ବୀକାର କରିନାହାନ୍ତି। ୨୦୧୯ ଆଇପିଏଲ୍ ସମୟରେ ଉଭୟଙ୍କ କଥାବାର୍ତ୍ତାରୁ ସେଭଳି କିଛି ଅନୁମାନ କରାଯାଇଥିଲା। କାରଣ ଏହି ସିଜନରେ ଶୁଭମନ ଏକ ରେଞ୍ଜ ରୋଭର କିଣିଥିଲେ। ସେତେବେଳେ ସେ ନିଜର କିଛି ଫଟୋ ପୋଷ୍ଟ କରିଥିଲେ। ଉକ୍ତ ପୋଷ୍ଟରେ ସାରା କମେଣ୍ଟରେ ହୃଦୟ ଇମୋଜି ସହ ଶୁଭେଚ୍ଛା ବୋଲି କହିଥିଲେ। ଜବାବରେ ଶୁଭମନ ମଧ୍ୟ ହୃଦୟ ଇମୋଜି ସହ ବହୁତ ଧନ୍ୟବାଦ ବୋଲି କହିଥିଲେ। ସେବେଠାରୁ ଉଭୟ ଉଭୟଙ୍କୁ ଡେଟ୍ କରୁଥିବା କୁହାଯାଉଥିଲା।