Categories: ଖେଳ

ସଚିନଙ୍କ ରେକର୍ଡ ଭାଙ୍ଗିଲେ ଶୁଭମନ

ପୋର୍ଟ ଅଫ୍‌ ସ୍ପେନ୍‌,୨୨।୭: ଟିମ୍‌ ଇଣ୍ଡିଆର ଯୁବ ଓପନର୍‌ ଶୁଭମନ ଗିଲ ଶୁକ୍ରବାର ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ରେକର୍ଡ କରିଛନ୍ତି। ସେ ନିଜର ଦିନିକିଆ କ୍ୟାରିୟରର ପ୍ରଥମ ଅର୍ଦ୍ଧଶତକ ମାରିବାରେ ସଫଳ ହୋଇଛନ୍ତି। ୩୬ ବଲ୍‌ରେ ୬ ଚୌକା ଏବଂ ୨ ଛକା ସହାୟତାରେ ଅର୍ଦ୍ଧଶତକ ମାରି ସେ ମହାନ ବ୍ୟାଟ୍ସମ୍ୟାନ୍‌ ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଛନ୍ତି। ଏହାଦ୍ୱାରା ସେ ଓ୍ବେଷ୍ଟଇଣ୍ଡିଜରେ ଦିନିକିଆ କ୍ରିକେଟରେ ଅର୍ଦ୍ଧଶତକ ମାରିଥିବା ଦ୍ୱିତୀୟ ଯୁବ ଭାରତୀୟ କ୍ରିକେଟର ପାଲଟିଛନ୍ତି।

ପୂର୍ବରୁ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ସବୁଠାରୁ କମ୍‌ ବୟସରେ ଅର୍ଦ୍ଧଶତକ ମାରିଥିବା ଭାରତୀୟ ରେକର୍ଡ ବିରାଟ କୋହଲିଙ୍କ ନାମରେ ରହିଛି। ସେ ୨୨ ବର୍ଷ ୨୧୫ ଦିନରେ ଏହି କାରନାମା କରିଥିଲେ। ହେଲେ ଶୁଭମନ ୨୨ ବର୍ଷ ୩୧୭ ଦିନରେ ସଚିନ(୨୪ ବର୍ଷ ୩ ଦିନ)ଙ୍କ ରେକର୍ଡକୁ ପଛରେ ପକାଇ ପ୍ରଥମ ଅର୍ଦ୍ଧଶତକ ମାରିଛନ୍ତି। କ୍ୟାରିୟରର ଚତୁର୍ଥ ଦିନିକିଆରେ ସେ ଏହା କରିଛନ୍ତି। ୫୩ ବଲ୍‌ରେ ୬୪ ରନ୍‌ର ଇନିଂସ ଖେଳି ରନ୍‌ ଆଉଟ୍‌ ହୋଇଥିଲେ।

Share