Categories: ଖେଳ

ହାଶିମ ଅମ୍ଲାଙ୍କ ରେକର୍ଡ ଭାଙ୍ଗି ଗିଲ୍‌ ହେଲେ ଦ୍ରୁତତମ ଖେଳାଳି

ଧର୍ମଶାଳା,୨୨ା୧୦: ଭାରତର ଓପନର ଶୁବମନ ଗିଲ୍‌ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ୨୦୦୦ ରନ୍‌ ପୂରଣ କରିଛନ୍ତି। ଏପରିକି ସେ ୨୦୦୦ ରନ୍‌ ପୂରଣ କରିବାରେ ଦ୍ରୁତତମ ଖେଳାଳି ହୋଇଛନ୍ତି। ରବିବାର ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱକପ୍‌ ମ୍ୟାଚରେ ଶୁବମନ୍‌ ଏହି ସଫଳତା ହାସଲ କରିଛନ୍ତି।

ଶୁବମନ ୩୮ ଇନିଂସରେ ଏହି ମାଇଲଖୁଣ୍ଟ ଅତିକ୍ର କରିଛନ୍ତି। ଫଳରେ ସେ ଦକ୍ଷିଣ ଆଫ୍ରିକାର ହାଶିମ ଅମ୍‌ଲାଙ୍କ ରେକର୍ଡକୁ ଭାଙ୍ଗିଛନ୍ତି। ଅମ୍‌ଲା ଅନ୍ତର୍ଜାତୀୟ ଦିନିକିଆରେ ୨୦୦୦ ରନ୍‌ ପୂରଣ କରିବା ଲାଗି ୪୦ଟି ଇନିଂସ ନେଇଥିଲେ। ଶୁବମନ ବାଂଲାଦେଶ ବିପକ୍ଷରେ ୫୩ ରନ ସ୍କୋର କରିଥିଲେ। ଏହି ମାଇଲଖୁଣ୍ଟରେ ପହଞ୍ଚିବା ଲାଗି ୧୪ ରନ୍‌ ଦରକାର ରହିଥିଲା। ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଟ୍ରେଣ୍ଟ ବୋଲ୍ଟଙ୍କ ଏକ ବଲ୍‌ରେ ଚୌକା ମାରି ଏହି ସଫଳତା ହାସଲ କରିଥିଲେ।

Share