Categories: ଖେଳ

କୋହଲିଙ୍କ ରେକର୍ଡ ଭାଙ୍ଗିଲେ ଗିଲ, ହେଲେ ବାବରଙ୍କ ସମକକ୍ଷ

ଇନ୍ଦୋର,୨୪।୧: ଚଳିତ ବର୍ଷ ଭାରତରେ ଆଇସିସି ଦିନିକିଆ ବିଶ୍ୱକପ୍‌ ଅନୁଷ୍ଠିତ ହେବ। ଏହାକୁ ନେଇ ଖେଳାଳିଙ୍କ ଦିନିକିଆରେ ପ୍ରଦର୍ଶନ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ବର୍ଷ ଆରମ୍ଭରୁ ଜଣଙ୍କ ପରେ ଜଣେ ଭାରତୀୟ ଖେଳାଳି ନିଜ ପ୍ରଦର୍ଶନକୁ ନେଇ ଚର୍ଚ୍ଚାରେ ରହୁଛନ୍ତି। ଏହି ତାଲିକା ଶୀର୍ଷରେ ଅଛନ୍ତି ବ୍ୟାଟ୍ସମ୍ୟାନ୍‌ ଶୁଭମନ ଗିଲ। ନୂତନ ବର୍ଷରେ ଏଯାବତ ୩ ଶତକ ମାରିଥିବା ବେଳେ ସେଥିରୁ ଗୋଟିଏକୁ ଦ୍ୱିଶତକରେ ମଧ୍ୟ ସେ ପରିଣତ କରିଥିଲେ। ମଙ୍ଗଳବାର ଇନ୍ଦୋରରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଗିଲ ନିଜର ଚତୁର୍ଥ ଦିନିକିଆ ଶତକ ପୂରଣ କରିଥିବା ବେଳେ ବିରାଟ କୋହଲିଙ୍କ ଏକ ସ୍ବତନ୍ତ୍ର ରେକର୍ଡ ଭାଙ୍ଗିଛନ୍ତି।

ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ଗିଲ ବିସ୍ଫୋରକ ବ୍ୟାଟିଂ କରି ୭୮ ବଲ୍‌ରେ ୧୧୨ ରନ୍‌ର ଇନିଂସ ଖେଳିଛନ୍ତି। ଏଥିରେ ୫ ଛକା ଏବଂ ୧୩ ଚୌକା ରହିଥିଲା। ଗିଲ ନିଜର ଚତୁର୍ଥ ଦିନିକିଆ ଶତକ ସହ କୋହଲିଙ୍କ ରେକର୍ଡ ଭାଙ୍ଗିଛନ୍ତି। ଗିଲ ଏବେ ତିନି ମ୍ୟାଚ ବିଶିଷ୍ଟ ଦ୍ୱିପାକ୍ଷିକ ଦିନିକିଆ ସିରିଜରେ ସର୍ବାଧିକ ରନ୍‌ ସ୍କୋର କରିଥିବା ଭାରତୀୟ ବ୍ୟାଟ୍ସମ୍ୟାନ ପାଲଟିଛନ୍ତି। ଗିଲ୍‌ କୋହଲିଙ୍କ ଏହି ରେକର୍ଡ ଭାଙ୍ଗିବାରୁ ୩୬ ରନ୍‌ ଦୂରରେ ଥିଲେ, ଯାହାକୁ ସହଜରେ ସେ ହାସଲ କରିଛନ୍ତି।

ଏହା ବ୍ୟତୀତ ଗିଲ ବର୍ତ୍ତମାନ ଦିନିକିଆ ସିରିଜରେ ୩୬୦ ରନ୍‌ ସ୍କୋର କରି ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ସମକକ୍ଷ ହୋଇଛନ୍ତି। ବାବର ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜରେ ୩୬୦ ରନ୍‌ କରିଥିଲେ। ଗିଲ ଆଉ ଗୋଟିଏ ରନ୍‌ ସ୍କୋର କରିଥିଲେ ବାବରଙ୍କ ଏହି ରେକର୍ଡ ମଧ୍ୟ ଭାଙ୍ଗିଥାନ୍ତେ ବୋଲି କୁହାଯାଉଛି।

Share