Categories: ଖେଳ

ଟିମ୍‌ ଇଣ୍ଡିଆରେ ଚୟନର ଉତ୍ସବ ପାଳିଲେ ଶୁଭମନ; ୫୭ ବଲ୍‌ରେ ମାରିଲେ ୧୨୬ ରନ୍‌…

ନୂଆଦିଲ୍ଲୀ,୧।୧୧: ଟିମ୍‌ ଇଣ୍ଡିଆର ଯୁବ ବ୍ୟାଟ୍ସମ୍ୟାନ୍‌ ଶୁଭମନ ଗିଲଙ୍କ ଚୟନ ନ୍ୟୁଜିଲାଣ୍ଡ ଏବଂ ବାଲାଂଦେଶ ବିପକ୍ଷ ସିରିଜ ଲାଗି କରାଯାଇଛି। ସୋମବାର ଏନେଇ ଘୋଷଣା ହେବା ପରେ ମଙ୍ଗଳବାର ସେ ବଡ ସ୍କୋର କରିଛନ୍ତି। ସୟଦ ମୁସ୍ତାକ ଅଲି ଟ୍ରଫିର କ୍ୱାଟର ଫାଇନାଲ ମୁକାବିଲାରେ ଶୁଭମନ ବିସ୍ଫୋରକ ଶତକ ମାରି ଚୟନର ଉତ୍ସବ ପାଳିଛନ୍ତି।

ପଞ୍ଜାବ ପକ୍ଷରୁ ଖେଳୁଥିବା ଶୁଭମନ ୫୭ ବଲ୍‌ରେ ୧୨୬ ରନ୍‌ର ଇନିଂସ ଖେଳିଥିଲେ। ଏଥିରେ ୧୧ ଚୌକା, ୯ ଛକା ଥିଲା। ଏହି ଇନିଂସରେ ସେ ୨୨୯ ଷ୍ଟ୍ରାଇକ୍‌ ରେଟ୍‌ ସହ ରନ୍‌ ସଂଗ୍ରହ କରିଥିଲେ। ଗୋଟିଏ ସମୟରେ ପଞ୍ଜାବ ୧୦ ରନ୍‌ରେ ଦୁଇଟି ଉଇକେଟ ହରାଇଥିଲା। ଏହାପରେ ଶୁଭମନ ଖେଳିବାକୁ ଆସି ଜବରଦସ୍ତ ଇନିଂସ ଖେଳି ଦଳର ସ୍କୋରକୁ ଆଗକୁ ନେଇଥିଲେ। ଏଥିଯୋଗୁ ପଞ୍ଜାବ କର୍ନାଟକ ବିପକ୍ଷରେ ୨୦ ଓଭରରେ ୪ ଉଇକେଟ ହରାଇ ୨୨୫ ରନ୍‌ ସ୍କୋର କରିଥିଲା । ଶୁଭମନଙ୍କ ବ୍ୟତିତ ୫୯ ରନ୍‌ କରିଥିଲେ ଅନମୋଲପ୍ରିତ ସିଂହ । ଉଭୟ ଭାଗିଦାରିରେ ଦଳ ପାଇଁ ୮୨ ବଲ୍‌ରେ ୧୫୧ ରନ୍‌ କରିଥିଲେ।

Share