Categories: ଖେଳ

ପୁଣି ସାରା ତେନ୍ଦୁଲକରଙ୍କୁ ନେଇ ଚର୍ଚ୍ଚାରେ ଶୁଭମନ; ପ୍ରଶଂସକ କହୁଛନ୍ତି ‘ଚୋରି ଧରା ପଡ଼ିଗଲା’

ନୂଆଦିଲ୍ଲୀ,୧୫।୨: ପୁଣି ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ କ୍ରିକେଟର ଶୁଭମନ ଗିଲ। ମଙ୍ଗଳବାର ଭ୍ୟାଲେଣ୍ଟାଇନ୍‌ ଡେ’ ଉପଲକ୍ଷେ ସେ ଏକ ଫଟୋ ଇନଷ୍ଟାଗ୍ରାମରେ ଶେୟାର କରିଥିଲେ। ଏହାପରେ ତାଙ୍କ ନାଁ ଆଉ ଥରେ ମହାନ ବ୍ୟାଟ୍ସମ୍ୟାନ୍‌ ସଚିନ ତେନ୍ଦୁଲକରଙ୍କ ଝିଅ ସାରାଙ୍କ ସହ ଯୋଡ଼ା ଯାଉଛି।

ଶୁଭମନ ଲଣ୍ଡନର ଏକ କାଫେର ଫଟୋ ଶେୟାର କରିଥିଲେ। ଏହାର କ୍ୟାପଶନରେ ସେ ଲେଖିଥିଲେ ‘ଆଜି ପୁଣି କେଉଁ ଦିନ?’ ଅପରପକ୍ଷେ ସାରା ମଧ୍ୟ ୨୦୨୧ରେ ସମାନ କାଫେରେ ସେହିଭଳି ଏକ ଫଟୋ ଛାଡ଼ିଥିଲେ। ଏମିତିରେ ଶୁଭମନଙ୍କ ପ୍ରଶଂସକ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଶେଷ ହୋଇ ନ ଥିବା କହୁଛନ୍ତି। ଏପରିକି ସାରାଙ୍କ ଫଟୋକୁ ଯାଇ ଶୁଭମନଙ୍କୁ ଟ୍ୟାଗ୍‌ କରି ‘ଚୋରି ଧରା ପଡ଼ିଗଲା’ ବୋଲି ଅନେକେ ଲେଖୁଥିବା ଦେଖାଯାଉଛି।

କହିରଖୁଛୁ, ୨୩ ବର୍ଷୀୟ ଶୁଭମନ ଲଗାତାର ଭାବେ ପ୍ରେମ ସମ୍ପର୍କକୁ ନେଇ ଖବର ଶିରୋନାମାରେ ରହି ଆସୁଛନ୍ତି। ପ୍ରଥମେ ତାଙ୍କ ନାମ ସାରା ତେନ୍ଦୁଲକରଙ୍କ ସହ ଯୋଡ଼ା ଯାଉଥିଲା। ହେଲେ ପରେ ଅଭିନେତ୍ରୀ ସାରା ଅଲ୍ଲୀ ଖାଁଙ୍କ ସହ ତାଙ୍କୁ ଦେଖାଯିବା ପରେ ଉଭୟଙ୍କୁ ନେଇ ଅନେକ କିଛି ଶୁଣିବାକୁ ମିଳୁଥିଲା। ଏବେ ପୁଣି ସାରାଙ୍କ ଭଳି କାଫେ ଫଟୋ ଶେୟାର କରି ସେ ପୁରୁଣା ସମ୍ପର୍କକୁ ପ୍ରଘଟ କରିଛନ୍ତି। ହେଲେ ଦୁହିଁଙ୍କୁ ନେଇ ଏଯାଏ ଶୁଭମନ ଖୋଲାଖୋଲି କିଛି ସ୍ବୀକାର କରିନାହାନ୍ତି।

 

Share