Categories: ଖେଳ

ଡିସଚାର୍ଜ ହେଲେ ଶୁଭମନ ଗିଲ, ହୋଟେଲ ଫେରିଲେ

ଚେନ୍ନାଇ,୧୦।୧୦: ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି ଭାରତୀୟ ଓପନର ଶୁଭମନ ଗିଲ। ଡେଙ୍ଗୁରେ ପୀଡ଼ିତ ଥିବା ଯୋଗୁ ତାଙ୍କ ଶରୀରରେ ପ୍ଲେଟଲେଟ୍‌ କାଉଣ୍ଟ କମିବାରେ ଲାଗିଥିଲା। ଏହାକୁ ନେଇ ତାଙ୍କୁ ଚେନ୍ନାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏବେ ସେ ଡିସଚାର୍ଜ ହୋଇ ହୋଟେଲ ଫେରିଥିବା ଜଣାପଡ଼ିଛି।

ପ୍ରକାଶ ଯେ, ବିଶ୍ୱକପ୍‌ ୨୦୨୩ ଆରମ୍ଭ ହେବା ପୂର୍ବରୁ ଗିଲ ଡେଙ୍ଗୁରେ ପୀଡ଼ିତ ହୋଇଥିଲେ। ଏଥିଲାଗି ସେ ଦଳରୁ ବାଦ୍‌ ପଡ଼ିଥିଲେ। ପ୍ରଥମେ ସେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ ଖେଳି ପାରି ନ ଥିବା ବେଳେ ଆଫଗାନିସ୍ତାନ ବିପକ୍ଷରେ ବି ଖେଳିପାରିବେ ନାହିଁ ବୋଲି ସ୍ପଷ୍ଟ ହୋଇଛି। ଆଗାମୀ ଦିନରେ ଅକ୍ଟୋବର ୧୪ରେ ଅହମ୍ମଦାବାଦରେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଖେଳିବାର ସମ୍ଭାବନା କମ୍‌ ବୋଲି କୁହାଯାଉଛି।

Share