Categories: ଖେଳ

ଉପରକୁ ଉଠିଲେ ଶୁଭମନ ଗିଲ

ନୂଆଦିଲ୍ଲୀ,୨୩।୮: ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗରେ ଭାରତ ଓପନର୍‌ ଶୁଭମନ ଗିଲ ଗୋଟିଏ ସ୍ଥାନ ଉପରକୁ ଉଠିଛନ୍ତି। ବ୍ୟାଟ୍ସମ୍ୟାନ ମାନ୍ୟତାରେ ଗିଲ ଚତୁର୍ଥ ସ୍ଥାନରେ ରହିଛନ୍ତି। ଗିଲଙ୍କ ବ୍ୟତୀତ ବିରାଟ କୋହଲି ନବମ ସ୍ଥାନରେ ଅଛନ୍ତି। ବୋଲରଙ୍କ ମଧ୍ୟରେ ମହମ୍ମଦ ସିରାଜ ଗୋଟିଏ ସ୍ଥାନ ହରାଇ ପଞ୍ଚମ ସ୍ଥାନରେ ଏବଂ କୁଲଦୀପ ଯାଦବ ଦଶମ ସ୍ଥାନରେ ଅଛନ୍ତି।

Share