Categories: ଖେଳ

କୋହଲିଙ୍କୁ ପଛରେ ପକାଇ ଶୀର୍ଷରେ ଶୁବମାନ

ନୂଆଦିଲ୍ଲୀ,୧୯।୬: ଭାରତୀୟ ଦଳର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଶୁବମାନ ଗିଲ ଚଳିତ ବର୍ଷ ଆରମ୍ଭରୁ ଚମତ୍କାର ପ୍ରଦର୍ଶନ କରୁଥିବା ନଜର ଆସିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ଶୁବମାନ ଚଳିତ ବର୍ଷ ଭାରତୀୟ ଦଳ ପାଇଁ ତିନୋଟି ଫର୍ମାଟରେ ଶତାବ୍ଦୀ ଖେଳିଛନ୍ତି। ଏହି ସମୟରେ, ତାଙ୍କର ସମାନ ଉଜ୍ଜ୍ୱଳ ଫର୍ମ ମଧ୍ୟ ଆଇପିଏଲର ୧୬ ତମ ସିଜନରେ ଦେଖିବାକୁ ମିଳିଥିଲା। ଯେଉଁଠାରେ ଗିଲଙ୍କୁ ଅରେଞ୍ଜ କ୍ୟାପ୍‌ ମିଳିଥିଲା। ଚଳିତ ବର୍ଷ ଟିମ ଇଣ୍ଡିଆ ପାଇଁ ଗିଲ ସର୍ବାଧିକ ରନ କରିଛନ୍ତି। ଏହି ତାଲିକାରେ ବିରାଟ କୋହଲି ଦ୍ୱିତୀୟ ସ୍ଥାନରେ ଅଛନ୍ତି।

ଶୁବମାନ ଗିଲ ଚଳିତ ବର୍ଷ ଅନ୍ତର୍ଜାତୀୟ କ୍ରିକେଟରେ ହାରାହାରି ୫୬.୧୬ରେ ୧୦୧୧ ରନ ସଂଗ୍ରହ କରିଛନ୍ତି। ଓଡିଆଇରେ ୬୨୪ରନ, ଟି -୨୦ରେ ୨୦୨ ରନ ଏବଂ ଟେଷ୍ଟରେ ୧୮୫ ରନ କରିଛନ୍ତି। ଚଳିତ ବର୍ଷ ଗିଲଙ୍କ ବ୍ୟାଟ ୫ ଶତାବ୍ଦୀର ଇନିଂସ ଦେଖିଛି। ଚଳିତ ବର୍ଷ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଘରୋଇ ଓଡିଆଇ ସିରିଜ ସମୟରେ ପ୍ରଥମ ମ୍ୟାଚ ସମୟରେ ଗିଲ ଓଡିଆଇ ଫର୍ମାଟରେ ତାଙ୍କର ପ୍ରଥମ ଡବଲ ଶତକ ହାସଲ କରିଥିଲେ। ଏହି ତାଲିକାରେ ବିରାଟ କୋହଲି ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଗତ ୨ବର୍ଷରୁ ଅଧିକ ସମୟ ଧରି ବ୍ୟାଟ ସହ ସଂଘର୍ଷ କରିଥିବା କୋହଲି ଦୀର୍ଘ ବ୍ୟବଧାନ ପରେ ଟେଷ୍ଟ ଫର୍ମାଟରେ ଏକ ଶତକ ହାସଲ କରିବାରେ ସଫଳ ହୋଇଥିଲେ। କୋହଲିଙ୍କ ବ୍ୟାଟ ୨୦୨୩ରେ ଏ ପର୍ଯ୍ୟନ୍ତ ୪୯.୧୮ ହାରାହାରି ୭୮୭ ରନ ଦେଖିଛି। କୋହଲି ଟେଷ୍ଟ ଫର୍ମାଟରେ ୧ ଶତକ ଇନିଂସ ଖେଳିଥିବା ବେଳେ ୨ ଟି ଓଡିଆଇରେ ଖେଳିଛନ୍ତି। କୋହଲି ଚଳିତ ବର୍ଷ ଏ ପର୍ଯ୍ୟନ୍ତ ଗୋଟିଏ ବି ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳି ନାହାଁନ୍ତି।

Share