Categories: ଖେଳ

ଗିଲଙ୍କ ଅସୁସ୍ଥତା ଯୋଗୁ ଚମକିଲା ଏହି କ୍ରିକେଟରଙ୍କ ଭାଗ୍ୟ, ମିଳିବ ବିଶ୍ୱକପ୍‌ ଟିମ୍‌ରେ ଏଣ୍ଟ୍ରି

ନୂଆଦିଲ୍ଲୀ,୬।୧୦: ବିଶ୍ୱକପ୍‌ ୨୦୨୩ରେ ନିଜର ଯାତ୍ରା ଆରମ୍ଭ କରିବା ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଲାଗିଛି ବଡ଼ ଝଟ୍‌କା। ଓପନିଂ ବ୍ୟାଟ୍ସମ୍ୟାନ୍‌ ଶୁଭମନ ଗିଲ ଡେଙ୍ଗୁରେ ପୀଡ଼ିତ ହୋଇଥିବା ଯୋଗୁ ପ୍ରଥମ ମ୍ୟାଚ୍‌ରେ ଖେଳିବା ଅସମ୍ଭବ ବୋଲି କୁହାଯାଉଛି। ଏନେଇ ଜଣାପଡ଼ିବା ପରେ ବିକଳ୍ପ ସୂରୂପ ଈଶାନ କିଶନଙ୍କ ଏଣ୍ଟ୍ରି ଉପରେ ମୋହର ବାଜିପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।

ଈଶାନ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ରେ ବାଦ୍‌ ପଡ଼ିବା ଏକପ୍ରକାର ନିଶ୍ଚିତ ଥିଲା। ହେଲେ ଶୁଭମନଙ୍କ ଅସୁସ୍ଥତା ଯୋଗୁ ସେ ଓପନର ଭାବେ ଖେଳିପାରନ୍ତି। ଯଦି ଏପରି ହୁଏ ତେବେ ଅଷ୍ଟ୍ରେଲିଆ ବିପକ୍ଷରେ ରୋହିତଙ୍କ ସହ ସେ ଓପନିଂ କରୁଥିବା ନଜର ଆସିବେ। ଈଶାନ ବାମହାତୀ ବ୍ୟାଟ୍ସମ୍ୟାନ୍‌ ହୋଇଥିବାରୁ ବିରୋଧୀ ଦଳକୁ ଅଡ଼ୁଆରେ ପକାଇ ପାରନ୍ତି।

Share