Categories: ଖେଳ

ଶୁବମନ ଗିଲ୍‌ଙ୍କ ପ୍ରଥମ ଅନ୍ତର୍ଜାତୀୟ ଶତକ: ଜିମ୍ବାଓ୍ବେକୁ ୨୯୦ ରନ୍‌ର ଟାର୍ଗେଟ୍‌

ହରାରେ,୨୨।୮: ହରାରେ ସ୍ପୋର୍ଟସ କ୍ଲବରେ ଖେଳାଯାଉଥିବା ତୃତୀୟ ଦିନିକିଆରେ ଭାରତ ଘରୋଇ ଜିମ୍ବାଓ୍ବେକୁ ୨୯୦ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟି କରିଥିବା ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ ଉଇକେଟ୍‌ ହରାଇ ୨୮୯ ରନ୍‌ କରିଥିଲା। ଭାରତ ପକ୍ଷରୁ ଶୁବମନ ଗିଲ୍‌ ଦିନିକିଆରେ ପ୍ରଥମ ଶତକ ହାସଲ କରିଥିଲେ।
କେଏଲ ରାହୁଲ ଏବଂ ଶିଖର ଧାୱନଙ୍କ ଓପନିଂ ଯୋଡି ଭାରତ ପାଇଁ  ଏକ ଭଲ ଆରମ୍ଭ କରିଥିଲେ। ଦୁଇ ଖେଳାଳିଙ୍କ ମଧ୍ୟରେ ଅର୍ଦ୍ଧଶତକୀୟ ଭାଗିଦାରୀ ହୋଇଥିଲା। ୬୩ ରନ୍‌ ସ୍କୋରରେ କେଏଲ ରାହୁଲଙ୍କ ରୂପରେ ଭାରତ ପ୍ରଥମ ଉଇକେଟ୍‌ ହରାଇଥିଲା। ସେ ୪୬ଟି ବଲରୁ ୩୦ ରନ ସ୍କୋର କରିଥିଲେ। ପରେ ଶୁଭମାନ ଗିଲ ଧାୱନଙ୍କୁ ସମର୍ଥନ କରିବାକୁ ଆସିଥିଲେ। କିନ୍ତୁ ଭାରତକୁ ଦ୍ୱିତୀୟ ଝଟକା ଉପ-ଅଧିନାୟକ ଶିଖର ଧାୱନଙ୍କ ରୂପରେ ଆସିଥିଲା। ସେ ୬୮ ବଲରେ ୪୦ ରନ ସଂଗ୍ରହ କରିଥିଲେ। ପରେ ଗିଲ ଏବଂ ଇଶାନ କିଶନ ତୃତୀୟ ଉଇକେଟ ପାଇଁ ୧୪୦ ରନ ସଂଗ୍ରହ କରିଥିଲେ। ଅର୍ଦ୍ଧଶତକ ହାସଲ କରିବା ପରେ ଇଶାନ କିଶାନ ଆଉଟ ହୋଇଥିଲେ। ତାଙ୍କ ଆଉଟ୍‌ ପରେ ଗିଲ ଦିନିକିଆରେ ନିଜର ପ୍ରଥମ ଶତକ ପୂରଣ କରିଥିଲେ। ଗିଲ ୯୭ ବଲ୍‌ରେ ୧୫ ଚୌକା ଏବଂ ଗୋଟିଏ ଛକା ସହାୟତାରେ ୧୩୦ ରନ ସଂଗ୍ରହ କରିଥିଲେ। ଜିମ୍ବାୱେରେ କୌଣସି ଭାରତୀୟ ବ୍ୟାଟ୍ସମ୍ୟାଙ୍କେ ଏହା ହେଉଛି ସର୍ବଶ୍ରେଷ୍ଠ ସ୍କୋର। ଜିମ୍ବାୱେ ପାଇଁ ବ୍ରାଡ ଇଭାନ୍ସ ୧୦ ଓଭରରେ ୫୪ ରନ ଦେଇ ୫ଟି ଉଇକେଟ୍‌ ନେଇଥିଲେ।

Share