ଫିଲ୍ମ ସ୍ପାଇଡର୍‌-ମ୍ୟାନରେ ଭଏସ୍‌ ଦେଉଛନ୍ତି ଶୁବମାନ ଗିଲ

ନୂଆଦିଲ୍ଲୀ,୮।୫: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ଶୁବମାନ ଗିଲଙ୍କ ନାମ ପ୍ରାୟତଃ ଚର୍ଚ୍ଚାରେ ଥାଏ। ତେବେ ଏଥର ସେ ସମ୍ପୂର୍ଣ୍ଣ ଭିନ୍ନ କାରଣରୁ ହେଡଲାଇନରେ ଅଛନ୍ତି। ବର୍ତ୍ତମାନର ଭାରତୀୟ ଦଳର ସେ ହେଉଛନ୍ତି ପ୍ରଥମ ଖେଳାଳି ଯିଏକି ଏକ ଲୋକପ୍ରିୟ ହଲିଉଡ ଫ୍ରାଞ୍ଚାଇଜରେ ସ୍ବର ଦେଇଛନ୍ତି। ଏହା କରି ଶୁଭମାନ ଗିଲ ବଲିଉଡ ତାରକାଙ୍କ ମାର୍କେଟକୁ ଡାଉନ କରିଦେବେ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଅଭିନେତା ରଣବୀର ସିଂଙ୍କ ପରି ଅଭିନେତାମାନେ ପ୍ରସିଦ୍ଧ ଚଳଚ୍ଚିତ୍ର ‘ଡେଡପୁଲ’ ପାଇଁ ସ୍ବର ଦେଇଛନ୍ତି, ଏବଂ ଅନେକ ହଲିଉଡ ଚଳଚ୍ଚିତ୍ରରେ ସ୍ବର ଦେବା ପାଇଁ ବଲିଉଡ ତାରକାଙ୍କ ସ୍ବର ହେଉଛି ପ୍ରଥମ ପସନ୍ଦ। କିନ୍ତୁ ଏଥର ଜଣେ କ୍ରିକେଟରଙ୍କ ପ୍ରବେଶ ଆଶ୍ଚର୍ଯ୍ୟଜନକ ଅଟେ।

ଯୁବ କ୍ରିକେଟର ‘ସ୍ପାଇଡର୍‌-ମ୍ୟାନ: ଆକ୍ରୋସ ଦ ସ୍ପାଇଡର୍‌-ଭର୍ସ’ର ହିନ୍ଦୀ ଏବଂ ପଞ୍ଜାବୀ ସଂସ୍କରଣ ପାଇଁ ସ୍ବର ଦେଉଛନ୍ତି। ଏହି ଚଳଚ୍ଚିତ୍ରଟି ଜୁନ୍‌ ୨ରେ ପ୍ରେକ୍ଷାଳୟରେ ୧୦ଟି ଭାଷାରେ ମୁକ୍ତିଲାଭ କରିବ। ନିକଟରେ ଫିଲ୍ମ ସମାଲୋଚକ ତାରନ ଆଦର୍ଶ ଟୁଇଟରରେ ଏକ ଭିଡିଓ ଶେୟାର କରି ଲେଖିଛନ୍ତି, କ୍ରିକେଟର ଶୁବମାନ ଗିଲ ସ୍ପାଇଡର-ମ୍ୟାନର ସ୍ବର ଦେଉଛନ୍ତି। ଯୁବ କ୍ରିକେଟର ହିନ୍ଦୀ ଏବଂ ପଞ୍ଜାବୀ ସଂସ୍କରଣ ପାଇଁ ଡବିଂ କରୁଛନ୍ତି।